କରୋନାରୁ ମୁକ୍ତି ପାଇଁ ବିଦ୍ୟୁତ୍‌ କର୍ମଚାରୀଙ୍କ ସୁରକ୍ଷା ଦାବିକଲା ଓଡ଼ିଶା ବିଦ୍ୟୁତ୍‌ ଶ୍ରମିକ ମହାସଂଘ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ସାରା ରାଜ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ବିଦ୍ୟୁତ୍‌ କର୍ମଚାରୀମାନେ ଘର ଘର ବିଲ୍‌ ଆଦାୟ କରୁଛନ୍ତି। ଏହା ସାଙ୍ଗକୁ ଗାଁ ଗାଁରେ ଲାଇନ କାଟିଲା ବେଳେ ବହୁ ଲୋକଙ୍କ ସମାଗମ ହେଉଛି। ଫଳରେ ବିଦ୍ୟୁତ୍‌ କର୍ମଚାରୀଙ୍କୁ କରୋନା ଆକ୍ରାନ୍ତ କରିବା ଆଶଙ୍କା ଦେଖାଦେଉଛି। ଏଣୁ ବିଦ୍ୟୁତ୍‌ କର୍ମଚାରୀ ଲାଇନ ବିଲ୍‌ ଆଦାୟ ଓ ଲାଇନ କାଟିବାରୁ ନିବୃତ୍ତ ରହିବା ପାଇଁ କର୍ତ୍ତୃପକ୍ଷ ତୁରନ୍ତ ନିର୍ଦ୍ଦେଶ ଦେବାକୁ ନିଖିଳ ଓଡ଼ିଶା ବିଦ୍ୟୁତ୍‌ ଶ୍ରମିକ ମହାସଂଘ ଦାବି କରିଛି।

Share