କରୋନାରୁ ରକ୍ଷା ପାଇଁ ପୂଜାର୍ଚ୍ଚନା

ଖଇରା, ୨୬ା୩(ଡି.ଏନ.ଏ.)-ଏବେ କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ଲୋକେ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଅନ୍ୟପଟେ ଏଥିରୁ ରକ୍ଷା ପାଇବା ଲାଗି ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ଆରମ୍ଭ କରିଦେଇଛନ୍ତି। ବାଲେଶ୍ବର ଜିଲା ଖଇରା ବ୍ଲକ ଆଞ୍ଚଳିକ ବ୍ରାହ୍ମଣ ସମିତି ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ଶୁକ୍ରବାର ସାରେ ସମିତିର ସମସ୍ତ ସଦସ୍ୟ ଘରେ ରହି ମହାମୃତ୍ୟୁଞ୍ଜୟ ମନ୍ତ୍ର ତଥା ଗାୟତ୍ରୀ ମନ୍ତ୍ର ପାଠ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ବ୍ରାହ୍ମଣ ଏବଂ ଅନ୍ୟ ଜନସାଧାରଣ ମଧ୍ୟ ଏଥିରେ ସାମିଲ ହେବାକୁ ସଭାପତି ଜଳଧର ମିଶ୍ର ଅନୁରୋଧ କରିଛନ୍ତି।