ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ ଘରୋଇ ଉପଚାର

ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆୟୁର୍ବେଦ ଜୟପୁରର ଆସୋସିଏଟ୍‌ ପ୍ରଫେସର ଡ. ସିଆର ଯାଦବ କୁହନ୍ତି, ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ଘରୋଇ ଉପଚାର ସବୁଠୁ ଭଲ। ଜାଣନ୍ତୁ ଏ ସମ୍ପର୍କରେ…

– ୨୦ଟି ତୁଳସୀପତ୍ରକୁ ଭଲ ଭାବରେ ଧୋଇ ଗୋଟିଏ ଗ୍ଲାସ ପାଣିରେ ପକାଇ ଛାଣି ଦିଅନ୍ତୁ। ଏହି ପାଣିରେ ଗୋଟିଏ ଚାମକ କଟା ହୋଇଥିବା ଅଦା ଏବଂ ଡାଲଚିନ୍‌ ଗୁଣ୍ଡ ପକାଇ ଫୁଟାଇ ଦିଅନ୍ତୁ। ଏଥିରେ କିଛି ବୁନ୍ଦା ମହୁ ପକାନ୍ତୁ। ଚା’ ପିଇବା ପରି ଦିନକୁ ଦୁଇ ତିନିଥର ପିଅନ୍ତୁ।

– ପ୍ରତିଦିନ ଗାଧୋଇ ସାରିବା ପରେ ନାକରେ ୨ ବୁନ୍ଦା ସୋରିଷ ତେଲ ପକାନ୍ତୁ। ଯଦି ସାର୍ବଜନୀନ ସ୍ଥାନକୁ ଯିବାର ଥାଏ ତେବେ ଘରୁ ବାହାରିବା ପୂର୍ବରୁ ଏପରି କରି ବାହାରନ୍ତୁ।

– କର୍ପୂର, ଅଳେଇଚ, ଯାଏତ୍ରୀ ଫଳର ମିଶ୍ରଣକୁ ଏକ ରୁମାଲରେ ରଖି କିଛି ସମୟ ଅନ୍ତରରେ ଶୁଙ୍ଘନ୍ତୁ।

– ଗୁଆଘିଅ ଖାଆନ୍ତୁ।

– ଖାଦ୍ୟରେ ମୁଗ, ମସୁର ଡାଲି ବ୍ୟବହାର କରନ୍ତୁ।

– ଥଣ୍ଡାପାନୀୟଠାରୁ ଦୂରେଇ ରୁହନ୍ତୁ।

– ତୈଳଯୁକ୍ତ ଖାଦ୍ୟପଦାର୍ଥ ବର୍ଜନ କରନ୍ତୁ।

– ଅଦା, ଗୋଲମରିଚ, ତୁଳସୀ, ମହୁ ଆଦି ନିୟମିତ ସେବନ କରନ୍ତୁ।

– ତାଜା ପନିପରିବା ପ୍ରଚୁର ପରିମାଣର ଖାଆନ୍ତୁ।