Categories: ଖେଳ

କରୋନାରେ ଆକ୍ରାନ୍ତ ଜୁଭେଣ୍ଟସ ଡିଫେଣ୍ଡର ରୁଗାନି

ମିଲନ,୧୩।୩(ଏଏଫ୍‌ପି)- ଜୁଭେଣ୍ଟସ ଓ ଇଟାଲି ଡିଫେଣ୍ଡର ଡାନିଏଲ ରୁଗାନି ପ୍ରଥମ ସିରି ଏ’ ଫୁଟବଲର ଭାବେ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଇଟାଲିଆନ ଚାମ୍ପିୟନ କ୍ଲବ ଏହା ସ୍ପଷ୍ଟ କରିଛି। ୨୫ ବର୍ଷୀୟ ଡାନିଏଲଙ୍କ ସମେତ ତାଙ୍କ ସମ୍ପର୍କରେ ଆସିଥିବା ପ୍ରତ୍ୟେକଙ୍କୁ ନିୟମ ଅନୁସାରେ ଅଲଗା ରଖାଯାଇଛି। କରୋନା ଭାଇରସ ଯୋଗୁ ଇଟାଲିରେ ମୃତ୍ୟୁ ସଂଖ୍ୟା ୮୨୭ରେ ପହଞ୍ଚତ୍ଥିବାବେଳେ ୧୨ ହଜାର ଆକ୍ରାନ୍ତ ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି କିଛି ସିରି ସି’ ଲିଗ୍‌ର ଖେଳାଳି। ଗତ ୭ ବର୍ଷ ହେଲା ରୁଗାନି ଜୁଭେଣ୍ଟସ ପାଇଁ ଖେଳୁଛନ୍ତି। ଚଳିତ ସିଜନରେ ସେ କେବଳ ୩ ମ୍ୟାଚ୍‌ ଖେଳିଛନ୍ତି। ଦେଶରେ ସମସ୍ତ କ୍ରଡ଼ାଭିତ୍ତିକ ଇଭେଣ୍ଟକୁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ବାତିଲ କରି ଦିଆଯାଇଛି। କିନ୍ତୁ ଚାମ୍ପିୟନ୍ସ ଲିଗ୍‌ ଓ ୟୁରୋପା ଲିଗ୍‌ ସମ୍ପର୍କରେ କେବଳ ୟୁଫା ନିଷ୍ପତ୍ତି ନେଇପାରିବ। ଜୁଭେଣ୍ଟସ ଦଳ ଆସନ୍ତା ମଙ୍ଗଳବାର ଲିଓନ ବିପକ୍ଷରେ ତା’ର ଚାମ୍ପିୟନ୍ସ ଲିଗ୍‌ କ୍ୱାର୍ଟର ଫାଇନାଲର ଦ୍ୱିତୀୟ ଲେଗ୍‌ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ ଖାଲି ଷ୍ଟାଡିୟମରେ ଖେଳାଯିବ। ଏଥିଲାଗି ଜୁଭେଣ୍ଟସ ଦଳ ତା’ର ଟ୍ରେନିଂ ଜାରି ରଖିଛି। ଦଳର ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବେ ପର୍ତ୍ତୁଗାଲରେ ଅଛନ୍ତି। ତାଙ୍କ ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଭଲ ନାହିଁ।

Share