Advertisement

କରୋନାରେ ଆକ୍ରାନ୍ତ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ

ଇସ୍‌ଲାମାବାଦ୍‌,୮।୬: ପାକିସ୍ତାନରେ କରୋନା କବଳରୁ ସାଧାରଣ ଜନତାଠାରୁ ଆରମ୍ଭ କରି ନେତାମନ୍ତ୍ରୀ ମଧ୍ୟ ବର୍ତ୍ତି ପାରିନାହାନ୍ତି। ଇତିମଧ୍ୟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଏମ୍‌ଏଲ୍‌-ଏନ୍‌ ନେତା ଶାହିଦ ଖକାନ ଆବ୍ବାସି ମଧ୍ୟ କରୋନାରେ ପୀଡ଼ିତ ହୋଇଛନ୍ତି। ସୋମବାର ତାଙ୍କର ରିପୋର୍ଟ କରୋନା ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି। ରିପୋର୍ଟ ଆସିବା ପରେ ତାଙ୍କୁ ହୋମ୍‌ ଆଇସୋଲେଶନ୍‌ରେ ରଖାଯାଇଛି। ସୂଚନାଯୋଗ୍ୟ, ପାକିସ୍ତାନରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଥିବା ବେଳେ ୨ହଜାର ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share