କରୋନାରେ ଆକ୍ରାନ୍ତ ହେଲେ ଅଭିନେତ୍ରୀ ପୂଜା ଭଟ୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପୂଜା ଭଟ୍ଟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୋସିଆଲ ମିଡିଆରେ ସେ ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି। ସେ ଏକ ଭିଡିଓ ଶେୟାର କରି ଟୁଇଟ୍‌ରେ ଲେଖିଛନ୍ତି, ଠିକ୍‌ ୩ ବର୍ଷ ପରେ ପ୍ରଥମ ଥର ପାଇଁ ମୋର କରୋନା ପଜିଟିଭ ଆସିଛି। ଲୋକମାନେ ସମସ୍ତେ ମାସ୍କ ପିନ୍ଧନ୍ତୁ। କୋଭିଡ ଏ ପର୍ଯ୍ୟନ୍ତ ବହୁତ ନିକଟତର ରହିଛି ଏବଂ ସଂପୂର୍ଣ୍ଣ ଟିକାକରଣ ପରେ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଆଶା କରୁଛି ମୁଁ ଶୀଘ୍ର ଭଲ ହୋଇ ଫେରିବି। ନିକଟରେ ଭେଟେରାନ ଅଭିନେତ୍ରୀ କିରଣ ଖେର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ।

Share