କରୋନାରେ ଜଣେ ସିଆରପିଏଫ୍‌ ଯବାନ ମୃତ

ଶ୍ରୀନଗର,୮।୬: ଜମ୍ମୁ-କଶ୍ମୀର ଶ୍ରୀନଗରରେ ରବିବାର କରୋନା ଭାଇରସ୍‌ ସଂକ୍ରମଣରେ ଜଣେ ସିଆରପିଏଫ୍‌ ଯବାନଙ୍କ ମୃତ୍ୟୁ ହୋଇଛି। ଜମ୍ମୁ-କଶ୍ମୀରରେ କରୋନାଜନିତ ଜଣେ ସୁରକ୍ଷାକର୍ମୀଙ୍କ ଏହା ପ୍ରଥମ ମୃତ୍ୟୁ ମାମଲା। ଏହାପୂର୍ବରୁ କେନ୍ଦ୍ରଶାସିତ ରାଜ୍ୟରେ କରୋନା ସଂକ୍ରମଣ ଯୋଗୁଁ କୌଣସି ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇ ନ ଥିଲା। ଅପରପକ୍ଷେ ଜମ୍ମୁ-କଶ୍ମୀରରେ ଗୋଟିଏ ଦିନରେ ସର୍ବାଧିକ କରୋନା ଭାଇରସ୍‌ର ନୂଆ ମାମଲା ଚିହ୍ନଟ ହୋଇଛି। ନୂଆ ଚିହ୍ନଟ ହୋଇଥିବା ୬୨୦ କରୋନା ପଜିଟିଭ୍‌କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୮୭କୁ ଟପିଛି। ସେଥିମଧ୍ୟରୁ ୧,୨୧୬ରୋଗୀ ସୁସ୍ଥ ହୋଇଥିବା ବେଳେ ୪୧ଜଣଙ୍କ ମୃତ୍ୟୁ ଘଟିସାରିଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share