କରୋନାରେ ଟ୍ରମ୍ପଙ୍କ ଘନିଷ୍ଠ ବନ୍ଧୁଙ୍କ ପରଲୋକ

ଓ୍ବାଶିଂଟନ,୧୩।୪: ରିପବ୍ଲିକାନ ପାର୍ଟିର ସବୁଠାରୁ ବଡ ସପୋର୍ଟର ତଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ବନ୍ଧୁ ଷ୍ଟେନଲି ଚେରାଙ୍କର କରୋନା ସଂକ୍ରମଣରେ ରବିବାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ନ୍ୟୁୟର୍କରେ ଜଣେ ବଡ ରିୟଲ ଇଷ୍ଟେଟ ବ୍ୟବସାୟୀ ଭାବେ ଜଣାଶୁଣା ଥିଲେ। ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର ଲାଗି ଷ୍ଟେନଲି ହିଁ ସବୁଠାରୁ ଅଧିକ ଅର୍ଥ ଯୋଗାଇ ଦେଇଥିଲେ ବୋଲି କୁହାଯାଏ। ସେ ସର୍ବସମ୍ମୁଖରେ ସବୁବେଳେ ଟ୍ରମ୍ପଙ୍କୁ ନିଜର ଘନିଷ୍ଠ ବନ୍ଧୁ ବୋଲି ପରିଚୟ ଦେଉଥିଲେ। ସୂଚନାଯୋଗ୍ୟ, ଆମେରିକାରେ ଏବେ କରୋନା ତା’ର କାୟା ବିସ୍ତାର କରିଥିବା ବେଳେ ସେଠାରେ ଏବେ ପ୍ରତିଦିନ ୨ହଜାର ପାଖାପାଖି ଲୋକଙ୍କର ମୃତ୍ୟୁ ହେଉଛି।

Share