କରୋନାରେ ପୀଡ଼ିତ ଘାନାର ସ୍ବାସ୍ଥ୍ୟମନ୍ତ୍ରୀ

ଆକ୍ରା,୧୫।୬: କରୋନା ସଂକ୍ରମଣ ଦିନକୁ ଦିନ ବିଶ୍ୱ ପାଇଁ ଚିନ୍ତା ବଢାଇ ଚାଲିଥିବା ବେଳେ ଏବେ ପର୍ଯ୍ୟନ୍ତ ଏହାର କୌଣସି ଭ୍ୟାକ୍ସିନ୍‌ ଆସିନାହିଁ। ଏବେ ଘାନାର ସ୍ବାସ୍ଥ୍ୟମନ୍ତ୍ରୀ କରୋନାରେ ପୀଡ଼ିତ ହୋଇଥିବା କହିଛନ୍ତି ସେଠାକାର ରାଷ୍ଟ୍ରପତି ନାନା ଅକୁଫୋ ଅଡୋ। ସୂଚନାଯୋଗ୍ୟ, ଆଫ୍ରିକାର ଘାନାରେ ସବୁଠାରୁ ଅଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୧,୪୦୦। ଏହାସହ ଏହି ରୋଗରେ ୫୧ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି।

Share