କରୋନାରେ ପୀଡ଼ିତ ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୯।୬: ଭାଜପା ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା’ ମାଧଓ୍ବି ରାଜେ ସିନ୍ଧିଆ କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ଦୁହିଁଙ୍କୁ ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଦିନରୁ ଜ୍ୟୋତିରାଦିତ୍ୟଙ୍କୁ ଗଳାରେ ଯନ୍ତ୍ରଣା ହେବା ସହ ଜ୍ୱର ହୋଇଥିଲା। ଏହାପରେ ତାଙ୍କର କରୋନା ଯାଞ୍ଚ କରାଯାଇଥିଲା। ସୂଚନାଯୋଗ୍ୟ, ଲକ୍‌ଡାଉନ ହେବା ପରେ ଜ୍ୟୋତିରାଦିତ୍ୟ ନିଜ ପରିବାର ସହ ଦିଲ୍ଲୀ ସ୍ଥିତ ବାସଭବନରେ ରହୁଛନ୍ତି। ହେଲେ ୪ଦିନ ପୂର୍ବରୁ ଅସୁସ୍ଥତା ଅନୁଭବ ହେବାରୁ ଜ୍ୟୋତିରାଦିତ୍ୟ ଓ ତାଙ୍କ ମା’ ମାଧଓ୍ବିଙ୍କୁ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜ୍ୟୋତିରାଦିତ୍ୟଙ୍କ ନିକଟରେ କରୋନା ଲକ୍ଷଣ ଦେଖାଦେଇଥିବା ବେଳେ ତାଙ୍କ ମା’ଙ୍କ ନିକଟରେ କିନ୍ତୁ କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ତେବେ ମଙ୍ଗଳବାର ଦୁହିଁଙ୍କ ରିପୋର୍ଟରେ କରୋନା ପଜିଟିଭ୍‌ ବାହାରିଛି। ରିପୋର୍ଟ ଆସିବା ପରେ ହସ୍ପିଟାଲରେ ୨ଜଣଙ୍କ ଚିକିତ୍ସା ଚାଲିଛି। ଏଥିସହ ସେମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେନେଇ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ସୂଚନା ରହିଛି।

Share