କରୋନାରେ ପୀଡ଼ିତ ନଓ୍ବାଜଙ୍କ ଭାଇ ଶେହବାଜ

ଇସଲାମାବାଦ,୧୧।୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଭାଇ ତଥା ପିଏମ୍‌ଏଲ୍‌-ଏନ୍‌ର ଅଧ୍ୟକ୍ଷ ଶେହବାଜ ଶରିଫଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଦଳର ପ୍ରବକ୍ତା ମରିୟମ ଔରଙ୍ଗାଜେବ ଗୁରୁବାର ଡନ୍‌କୁ ଏକ ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି। ତେବେ ଶେହଓ୍ବାଜ କ୍ୟାନସରରେ ପୀଡ଼ିତ ଥିବାରୁ ଅନ୍ୟମାନଙ୍କ ଅପେକ୍ଷା ତାଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ଏବେ କରୋନା ସଂକ୍ରମଣ ତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଯାଇଛି। ଅନ୍ୟପଟେ ଶେହବାଜଙ୍କ ପୁଅ ହମଜା ଶରିଫ କହିଛନ୍ତି ପାକିସ୍ତାନ ଏବେ ଅସୁବିଧା ସମୟ ଦେଇ ଗତି କରୁଛି। ଏହାସହ ତାଙ୍କ ପରିବାର ପାଇଁ ମଧ୍ୟ ଏହା ଏକ ଜଟିଳ ସମସ୍ୟା।

Share