Advertisement

କରୋନାରେ ପୀଡ଼ିତ ବଲିଉଡ୍‌ ଗାୟିକା

ମୁମ୍ବାଇ,୨୦।୩: ବଲିଉଡ୍‌ ଗାୟିକା କନିକା କପୁର କରୋନା ଭାଇରସରେ ପୀଡ଼ିତ ଥିବା ଜଣାପଡିଛି। ଶୁକ୍ରବାର ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। କିଛିଦିନ ପୂର୍ବରୁ ସେ ଲଣ୍ଡନରୁ ଫେରିଥିବା ବେଳେ ଏବେ ତାଙ୍କୁ ଆଇସୋଲେଶନରେ ରଖାଯାଇଛି। ତାଙ୍କ ପରିବାର ଏବେ କ୍ୱାରାଣ୍ଟାଇନରେ ରହିଥିବା ସେ ଟୁଇଟ୍‌ କରି ଜଣାଇଛନ୍ତି। ସେ ୧୦ ଦିନ ତଳେ ଲଣ୍ଡନରୁ ଫେରିଥିବା ବେଳେ ବିମାନବନ୍ଦରରେ ଯାଞ୍ଚ ସମୟରେ ତାଙ୍କ ପାଖରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନ ଥିବାରୁ ସେ ସାଧାରଣ ଲୋକଙ୍କ ଭଳି ଚଳପ୍ରଚଳ ହୋଇଥିଲେ। ୪ ଦିନ ପୂର୍ବରୁ ତାଙ୍କ ପାଖରେ ଲକ୍ଷଣ ଦେଖାଯିବାରୁ ସେ ନମୁନା ପରୀକ୍ଷା ପାଇଁ ପଠାଇଥିବା କହିଛନ୍ତି। ବେବି ଡଲ ସିଙ୍ଗର କନିକା କରୋନାରେ ପୀଡ଼ିତ ହେବା ପରେ ଏବେ ତାଙ୍କ ଆଖପାଖର ଲୋକେ ଭୟଭୀତ ହୋଇଯାଇଥିବା କୁହାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share