କରୋନାରେ ପୀଡ଼ିତ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌

ଲଣ୍ଡନ,୨୭।୩: କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚ୍ୟାଲେଞ୍ଜ ହୋଇଯାଇଥିବା ବେଳେ ଏବେ ଏହା ଧନୀ ଗରିବ ସମସ୍ତଙ୍କୁ ତା’ କବଳକୁ ନେଇ ସାରିଲାଣି। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ଏବେ କରୋନାରେ ପୀଡ଼ିତ ଥିବା ଜଣାପଡିଛି। ଗତ ୨୪ ଘଣ୍ଟା ମଧ୍ୟରେ ତା’ଙ୍କ ନିକଟରେ କରୋନାର ସାମାନ୍ୟ ଲକ୍ଷଣ ପ୍ରକାଶ ପାଇବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ କରୋନା ଟେଷ୍ଟ କରାଇବା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ସେ ଟୁଇଟ୍‌ କରି ଜଣାଇଛନ୍ତି। ଏବେ ସେ ସେଲ୍ଫ ଆଇସୋଲେଶନରେ ଘରେ ରହି କାମ କରିବେ ବୋଲି କହିଛନ୍ତି। ଦେଶ ଏବେ ମହାମାରୀ କରୋନା ସହ ଲଢେଇ କରୁଥିବା ବେଳେ ଆମେ ସମସ୍ତେ ମିଶି କରୋନା ବିରୋଧରେ ଲଢିବା ବୋଲି ସେ କହିଛନ୍ତି। ଏହାସହ କରୋନାକୁ ଦୂର କରିବାକୁ ଯେଉଁମାନେ ଅବିରତ ପରିଶ୍ରମ କରି ଚାଲିଛନ୍ତି ସେମାନଙ୍କୁ ବୋରିସ୍‌ ଧନ୍ୟବାଦ ଜଣାଇଛନ୍ତି।

Share