କରୋନାରେ ପୂର୍ବତନ ୟୁରୋପିଆନ ଚାମ୍ପିୟନଙ୍କ ମୃତ୍ୟୁ

ମିଲାନ, ୮ା୪ (ଏଏଫ୍‌ପି): କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ଇଟାଲୀର ପୂର୍ବତନ ୟୁରୋପିଆନ ଇନ୍‌ଡୋର ଚାମ୍ପିୟନ ଡୋନାଟୋ ସାବିଏଙ୍କ ମୃତ୍ୟୁ ଘଟିଛି। ଇଟାଲିଆନ ଆଥଲେଟକ୍ସ ଫେଡେରେଶନ (ଫିଡାଲ୍‌) ତରଫରୁ ବୁଧବାର ସୂଚନା ଦିଆଯାଇଛି। ଡୋନାଟୋଙ୍କୁ ୫୬ ବର୍ଷ ହୋଇଥିଲା। ୧୯୮୪ରେ ଗୋଥେନ୍‌ବର୍ଗଠାରେ ଅନୁଷ୍ଠିତ ଚାମ୍ପିୟନଶିପ୍‌ରେ ୮୦୦ ମିଟରରେ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ୧୯୮୪ ଲସ୍‌ଏଞ୍ଜେଲ୍ସ ଏବଂ ୧୯୮୮ ସିଓଲ ଅଲିମ୍ପିକ୍ସରେ ସେ ଯଥାକ୍ରମେ ୫ମ ଓ ୭ମ ସ୍ଥାନ ଅଧିକାର କରିଥିଲେ। ବାସିଲିକେଟାର ଦକ୍ଷିଣାଞ୍ଚଳରେ ଅବସ୍ଥିତ ପୋଟେଞ୍ଜା ବାସିନ୍ଦା ଡୋନାଟୋ କିଛି ଦିନ ପୂର୍ବେ ଡାକ୍ତରଖାନାରେ ଭର୍ତ୍ତି ହୋଇ ଇଣ୍ଟେନ୍‌ସିଭ କେୟାର ୟୁନିଟ୍‌ରେ ଚିକିତ୍ସିତ ହେଉଥିଲେ।

Share