କରୋନାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା

ମୁମ୍ବାଇ,୨୪।୩: ଦେଶରେ କରୋନା ପ୍ରକୋପ ଥମିବାର ନାଁ ନେଉନି। ଦିନକୁ ଦିନ ମହାରାଷ୍ଟ୍ରରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। ସେଠାରେ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ୧୦୬ ହୋଇଥିବା ବେଳେ ଏଥିରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଏନେଇ ମଙ୍ଗଳବାର ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି। କରୋନା ସହ ମୁକାବିଲା ପାଇଁ ରାଜ୍ୟ ସରକାର ଆଗକୁ ଆହୁରି ଉଚିତ ପଦକ୍ଷେପ ଗ୍ରହଣ କରିବେ। କରୋନାକୁ ନେଇ ଲୋକଙ୍କୁ ଭୟଭୀତ ନ ହେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍‌ ଆସୁଛି ସେମାନଙ୍କୁ ଖୁବ୍‌ଶୀଘ୍ର ଡିସ୍‌ଚାର୍ଜ କରାଯିବ। ତେବେ ଏହାକୁ ମିଶାଇ ଭାରତରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୧୦କୁ ଛୁଇଁଛି। ସେହିପରି ମଙ୍ଗଳବାର ଶ୍ରୀନଗରରେ ଆଉ ୨ଟି ପଜିଟିଭ୍‌ ଘଟଣା ସାମ୍ନାକୁ ଆସିବା ପରେ ଭାରତରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩୩କୁ ବୃଦ୍ଧି ପାଇଛି। ତେବେ କରୋନା ସଂକ୍ରମଣରେ ୪୪ଜଣ ରୋଗୀ ସୁସ୍ଥ ହୋଇଥିବା ଜଣାପଡ଼ିଛି।

Share