Advertisement

କରୋନାରେ ବ୍ରିଟିଶ୍‌ ହାସ୍ୟାଭିନେତା ଏଡିଙ୍କ ମୃତ୍ୟୁ

ଲଣ୍ଡନ,୩ା୪: କରୋନା ସଂକ୍ରମଣରେ ବ୍ରିଟେନର ବର୍ଷୀୟାନ ହାସ୍ୟାଭିନେତା ଏଡି ଲାର୍ଜଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ହସ୍ପିଟାଲରେ ତାଙ୍କର ହୃଦ୍‌ରୋଗ ଚିକିତ୍ସା ଚାଲିଥିବାବେଳେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ ବୋଲି ତାଙ୍କ ପୁଅ ର଼୍ୟାନ ମାକ୍‌ଗିନିସ୍‌ ଏକ ଫେସବୁକ୍‌ ବାର୍ତ୍ତାରେ କହିଛନ୍ତି। ଏଡିଙ୍କ ପ୍ରକୃକ ନାମ ଏଡଓ୍ବାର୍ଡ ମାକ୍‌ଗିନିସ। ୭୦ ଓ ୮୦ ଦଶକରେ ସେ ଜଣେ ଶ୍ରେଷ୍ଠ ଅଭିନେତାର ଖ୍ୟାତି ଅର୍ଜନ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share