କରୋନାରେ ମୃତ ଡାକ୍ତରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ ଦାବି

କୋଲକାତା,୨୮।୪: କରୋନା ଭାଇରସ କବଳରେ ଏବେ ସାରା ବିଶ୍ୱ। ଡାକ୍ତରମାନେ ମଧ୍ୟ ଏହା କବଳରୁ ମୁକ୍ତ ହୋଇ ପାରୁ ନାହାନ୍ତି। ରବିବାର ପଶ୍ଚିମବଙ୍ଗର ଜଣେ ୬୯ ବର୍ଷୀୟ ଡାକ୍ତରଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି। ଡାକ୍ତର ଶିଶିର କୁମାର ମଣ୍ଡଳ ନାମକ ଏହି ଡାକ୍ତର ଜଣେ ସିନିୟର ଅର୍ଥାପେଡିକ ସର୍ଜନ ଭାବେ କାମ କରୁଥିଲେ। ତାଙ୍କ ମୃତ୍ୟୁ ପରେ ପଶ୍ଚିମବଙ୍ଗ ଅର୍ଥୋପେଡିକ ଆସାସିଏଶନ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରିବାକୁ ଦାବି କରିଛି। ସୂଚନାଯୋଗ୍ୟ, କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ପଶ୍ଚିମବଙ୍ଗରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୯୭ ଥିବା ବେଳେ ୨୦ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।

Share