କରୋନାରେ ସଂକ୍ରମଣରେ ଡିଏମ୍‌କେ ବିଧାୟକ ଜେ. ଅମ୍ବାଜଗନଙ୍କ ମୃତ୍ୟୁ

ଚେନ୍ନାଇ, ୧୦।୬: କରୋନା ସଂକ୍ରମଣ ଯୋଗୁ ତାମିଲନାଡୁର ଡିଏମ୍‌କେ ବିଧାୟକ ଜେ. ଅମ୍ବାଜଗନଙ୍କର ମୃତ୍ୟୁ ଘଟିଛି। ବୁଧବାର ସକାଳ ୭ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଦେଶର ପ୍ରଥମ ଜନପ୍ରତିନିଧି ଭାବେ ଅମ୍ବାଜଗନଙ୍କର କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିଛି। ଚେପାକୁ ବିଧାନସଭା ଆସନ ବିଧାୟକ ଅମ୍ବାଜଗନଙ୍କ ନମୁନା ରିପୋର୍ଟ ଗତ ଏକ ସପ୍ତାହ ତଳେ କରୋନା ପଜିଟିଭ୍‌ ଆସିଥିଲା। ପରେ ଡ. ରେଲା ଇନଷ୍ଟିଚ୍ୟୁଟ୍‌ ଆଣ୍ଡ ମେଡିକାଲ ସେଣ୍ଟରରେ ତାଙ୍କୁ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ୬୧ ବର୍ଷ ବୟସ୍କ ଅମ୍ବାଜଗନଙ୍କର କିଡ୍‌ନୀ ସମସ୍ୟା ଥିବା କୁହାଯାଉଛି। ଏହା ସହିତ ତାଙ୍କ ରକ୍ତରେ ଶର୍କରାସ୍ତର ମଧ୍ୟ ଉଚ୍ଚ ଥିଲା। ସୋମବାର ସନ୍ଧ୍ୟାଠାରୁ ଅମ୍ବାଜଗନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରେ ଲାଗିଥିଲା ବୋଲି ହସ୍ପିଟାଲ ସିଇଓ ଡ. ହଲନ କୁମାର କଳିଆମୂର୍ତ୍ତି ସୂଚନା ଦେଇଛନ୍ତି। ଅମ୍ବାଜଗନଙ୍କ ହୃଦ୍‌ସ୍ପନ୍ଦନ ମଧ୍ୟ ସ୍ବାଭାବିକ ନ ଥିବା ସେ କହିଛନ୍ତି।

Share