କରୋନାରେ ସଂକ୍ରମିତ ହେଲେ ପୋଲିସ ଅଧିକାରୀ

ଭୋପାଳ,୭।୪: କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଲକଡାଉନ୍‌ ଘୋଷଣା କରାଯିବା ସମୟରେ କିନ୍ତୁ କାର୍ଯ୍ୟରେ ହେଳା କରୁ ନାହାନ୍ତି ପୋଲିସ। ଡାକ୍ତର, ନର୍ସଙ୍କ ପରି ଏମାନେ ମଧ୍ୟ ସେବା ଯୋଗାଇ ଦେଉଛନ୍ତି। ଜନତାଙ୍କୁ ଘରେ ସୁରକ୍ଷିତ ରଖି ଏମାନେ ରାଜ ରାସ୍ତାରେ ନିଜର କାର୍ଯ୍ୟ ସମ୍ପାଦନ କରୁଥିବା ଦେଖାଯାଇଛି। ତେବେ ମଧ୍ୟପ୍ରଦେଶର ଜଣେ ପୋଲିସ ଅଧିକାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଏବେ ଏହା ପୋଲିସ ବିଭାଗ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ସୂଚନାଯୋଗ୍ୟ, ଗତ ୧୨ ଘଣ୍ଟା ମଧ୍ୟରେ ମଧ୍ୟପ୍ରଦେଶରେ ୨୩ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏଠାରେ ସୋମବାର ମଧ୍ୟରାତ୍ରି ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୬ରେ ପହଞ୍ଚିଛି।

Share