Advertisement

କରୋନାରେ ହଲିଉଡ୍‌ ରାପର ଫ୍ରେଡ୍‌ ଗଡ୍‌ସନଙ୍କ ନିଧନ

ନ୍ୟୁୟର୍କ: ହଲିଉଡ୍‌ ରାପର ଫ୍ରେଡ୍‌ ଗଡ୍‌ସନଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର ସାମ୍ନାକୁ ଆସିଛି। ଫ୍ରେଡ୍‌ ୩୫ ବର୍ଷ ବୟସରେ ଦୁନିଆରୁ ବିଦାୟ ଦେଇଛନ୍ତି। ଫ୍ରେଡ୍‌ଙ୍କ ବନ୍ଧୁ ଡିଜେ ସେଲ୍‌ଫଙ୍କ ଦ୍ୱାରା ସୋସିଆଲ ମିଡିଆରେ ଏହି ସୂଚନା ଦିଆଯାଇଛି। ସୋସିଆଲ ମିଡିଆ ୟୁଜର ତଥା ଷ୍ଟାର୍‌ମାନେ ଡିଜେ ସେଲଫରଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଦୁଃଖ ପ୍ରକାଶ କରିଛନ୍ତି। ଫ୍ରେଡ୍‌ଙ୍କ ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ଫ୍ରେଡ୍‌ ଆଇସିୟୁରେ ଥିଲେ ଏବଂ ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ମଧ୍ୟ ଆସୁଥିଲା। କିନ୍ତୁ ତାଙ୍କର କିଡନୀ ସମସ୍ୟା ଜାରି ରହିଥିଲା। ଜ୍ୱର ମଧ୍ୟ ଯଥେଷ୍ଟ କମିଯାଇଥିଲା। ଫ୍ରେଡ୍‌ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ଥିଲେ।
କହିରଖୁଛୁ, ଏପ୍ରିଲ୍‌ ୭ରେ ଫ୍ରେଡ୍‌ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଥିଲେ। ଯେଉଁଥିରେ ସେ କରୋନା ଆକ୍ରାନ୍ତ ବୋଲି କ୍ୟାପ୍‌ଶନ ଲେଖିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share