କରୋନାରେ ୧୪ ମାସ ଶିଶୁର ମୃତ୍ୟୁ

ଗାନ୍ଧୀନଗର,୯ା୪(ଆଇଏଏନ୍‌ଏସ୍‌): ଗୁଜରାଟରେ କରୋନା ସଂକ୍ରମଣରେ ୧୪ ମାସର ଶିଶୁର ମୃତ୍ୟୁ ଘଟିଛି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୯ରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୧୬ରେ ପହଞ୍ଚତ୍ଛି। କୋଭିଡ୍‌-୧୯ରେ ସଂକ୍ରମିତ ଶିଶୁଟି ଜାମନଗରର ଜିଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଶିଶୁଟିକୁ ବଞ୍ଚାଇ ପାରି ନ ଥିବା ପ୍ରମୁଖ ସ୍ବାସ୍ଥ୍ୟ ସଚିବ ଜୟନ୍ତୀ ରବି କହିଛନ୍ତି। ଗୁଜରାଟରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

Share