କରୋନାରେ ୨୦ ଦିନର ଶିଶୁ ମୃତ

ଜୟପୁର,୪ା୫: ରାଜସ୍ଥାନର ଜୟପୁର ସହରରେ ୨୦ ଦିନର ଶିଶୁ କରୋନା ସଂକ୍ରମଣରେ ପ୍ରାଣ ହରାଇଛି। କୋଭିଡ୍‌-୧୯ ସଂକ୍ରମଣରେ ପ୍ରାଣ ହରାଇବାରେ ସେ ସମ୍ଭବତଃ ବିଶ୍ୱରେ ସର୍ବକନିଷ୍ଠ ବୋଲି କୁହାଯାଉଛି। ପୂର୍ବରୁ ଜାମନଗରରେ ଜଣେ ୪୫ ଦିନର ଶିଶୁ ଏବଂ ଆମେରିକାରେ ଅନ୍ୟଜଣେ ଶିଶୁ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା।

Share