Advertisement

କରୋନାର କରୁଣ ଦୃଶ୍ୟ: ମୃତ ଲୋକଙ୍କ ପାଇଁ ମିଳୁନି କଫିନ!

ସାଓ ପୋଲୋ,୨।୫: ବ୍ରାଜିଲର ମାନୁସ ସହରରେ କରୋନାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ମିଳିଥିବା ଖବର ଅନୁଯାୟୀ, ଏଠାରେ ପ୍ରତିଦିନ କରୋନା ସଂକ୍ରମଣରେ ଶହ ଶହ ଲୋକଙ୍କ ମୃତ୍ୟୁ ହେଉଛି। ମୃତଦେହ ରଖିବାକୁ ଶବଗୃହରେ ସ୍ଥାନର ଅଭାବ ପଡିଥିବା ବେଳେ ମୃତଦେହ ପାଇଁ କଫିନର ଅଭାବ ଦେଖାଦେଇଛି। ଫଳରେ ଏକା ସାଙ୍ଗରେ ଶହ ଶହ ମୃତଦେହକୁ ପୋତି ଦିଆଯାଉଥିବା ଜଣାପଡିଛି। ଏଠାରେ ପ୍ରତିଦିନ ୧୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଉଛି। ଏହା ଅନ୍ୟ ସହରଠାରୁ ଦୂରରେ ରହିଥିବା ବେଳେ ଜଙ୍ଗଲ ମଧ୍ୟରେ ଥିବା ଏହି ସହରରେ କଫିନ ପହଞ୍ଚାଇବା ପାଇଁ ବିମାନ ବ୍ୟବହାର କରିବାକୁ କୁହାଯାଇଥିବା ଜଣାପଡିଛି। ପ୍ରଥମେ ଏହି ସହରରେ ଦିନକୁ ୨୦-୨୫ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହେଉଥିବା ବେଳେ ଏବେ ସରକାରଙ୍କ ଅବହେଳା ଯୋଗୁ ସେଠାରେ ପ୍ରତିଦିନ ଶହ ଶହ ଲୋକଙ୍କ ମୃତ୍ୟୁ ହେଉଛି ବୋଲି ଅଭିଯୋଗ ହେଉଛି। କରୋନା ଚିକିତ୍ସାର ସୁବିଧା ନ ଥିବାରୁ ଏଠାରେ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି ବୋଲି କୁହାଯାଉଛି। ରାଷ୍ଟ୍ରପତି ଏହି ଘଟଣାକୁ ଗମ୍ଭିରତାର ସହ ନେଉ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share