କରୋନା ଅଟକାଇ ପାରିନି ଶିକ୍ଷାର ପଥ ଭିଡ଼ିଓ କନଫରେନ୍ସରେ ଚାଲିଛି ପାଠପଢା

ତାଳଚେର, ୪/୪(ନି.ପ୍ର.)-କୋଭିଡ଼-୧୯ ବରୋଧରେ ଲଢ଼ୁଛି ସାରା ବିଶ୍ୱ। ହେଲେ ଏହି ମହାମାରୀ ରୋକିପାରିନି ଶିକ୍ଷାର ବାଟ। ଅବିରତ ଭାବେ ଚାଲିଛି ଶିକ୍ଷାଦାନ ପିଲାମାନେ ପାଠ୍ୟକ୍ରମ ଅନୁଯାୟୀ ପଢୁଛନ୍ତି ପାଠ। ଲକଡ଼ାଉନ ସମୟରେ ସବୁ କିଛି ଠପ ହୋଇଯାଇଥିବା ବେଳେ ଅନୁଗୋଳ ଜିଲା ତାଳଚେର ବ୍ଲକ ଡେରାସ୍ଥିତ ଜଗନ୍ନାଥକ୍ଷେତ୍ର ଡିଏଭି ସ୍କୁଲରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଚାଲିଛି ପାଠପଢା। ଲକଡାଉନ ସମୟରେ ସରକାରୀ ନିର୍ଦେଶରେ ଶିକ୍ଷାଦାନ ବନ୍ଦ ରହିଛି। ହେଲେ ଡେରା ଡିଏଭି ସ୍କୁଲ କର୍ତ୍ତୃପକ୍ଷ ଅଭିନବ ଉପାୟରେ ପାଠପଢ଼ା ଜାରି ରଖିଛନ୍ତି। ଆଧୁନିକ ବିଜ୍ଞାନର କୌଶଳ ଅବଲମ୍ବନ କରିବା ସହ ସମୟର ସଦୁପଯୋଗ କରୁଛନ୍ତି ସ୍କୁଲର ଶିକ୍ଷୟିତ୍ରୀ, ଶିକ୍ଷକ। ଛୋଟ ପିଲାଙ୍କୁ ଡ୍ରଇଂ, ବିଭିନ୍ନ ଗୃହ ସାମଗ୍ରୀ ପ୍ରଶିକ୍ଷଣ କରିବାର କଳାକୌଶଳ ଭିଡ଼ିଓ ମାଧ୍ୟମରେ ଶିଖାଯାଉଛି। ଏହି କଠିନ ସମୟରେ ଶିକ୍ଷାଦାନରୁ ପିଲାମାନେ ଯେପରି ବିଚ୍ୟୁତ ନ ହେବେ ସେଥିଲାଗି ଶିକ୍ଷୟିତ୍ରୀ, ଶିକ୍ଷକମାନେ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି। ଏପରି ଉଦ୍ୟମକୁ ଅଭିଭାବକ ମଧ୍ୟ ବେଶ ପ୍ରଶଂସା କରିଛନ୍ତି। ଏ ନେଇ ସେମାନେ ସ୍କୁଲ ଅଧ୍ୟକ୍ଷ ଶୁକ୍ଳା ଚକ୍ରବର୍ତ୍ତୀଙ୍କୁ ସାଧୁବାଦ ଜଣାଇଛନ୍ତି।

Share