କରୋନା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ

କୋଡ଼ିଙ୍ଗା/ନବରଙ୍ଗପୁର,୩୦ା୪(ଡି.ଏନ୍‌.ଏ./ବି.ପ୍ର.): ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍‌ ଏକୋରୀ ପଞ୍ଚାୟତ ଅଧୀନ ନୂନପାଣି ଗ୍ରାମରେ କରୋନା ସନ୍ଦିଗ୍ଧମାନଙ୍କ ପାଇଁ ନିର୍ମାଣ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଟିଏ ବଖରାରେ ଥିବା ସମସ୍ତ ଜିନିଷପତ୍ର ପୋଡ଼ି ନଷ୍ଟ ହୋଇଛି। ବିଦ୍ୟୁତ୍‌ ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ସରପଞ୍ଚ ଓ ଗ୍ରାମବାସୀଙ୍କଠାରୁ ଖବର ପାଇ ଅଗ୍ନିଶମ ବିଭାଗ ଟିମ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ୮ ବଖରା ବିଶିଷ୍ଟ ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ୫୦ ବେଡ୍‌ର ବ୍ୟବସ୍ଥା ହୋଇଥିବାବେଳେ ଗୋଟିଏ ବଖରାରେ ନିଆଁ ଲାଗି ୭ ବେଡ୍‌, ୪ ପଙ୍ଖା, ଇନ୍‌ଭର୍ଟର ଓ ଅନ୍ୟ ଜିନିଷପତ୍ର ଜଳିଯାଇଥିବା ଜଣାପଡ଼ିଛି

Share