ବରୀ,୧୩।୫(ସ୍ବ.ପ୍ର): ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ଓ ବରୀ ବିଧାୟିକା ସୁନନ୍ଦା ଦାସ ବୁଧବାର ବରୀ ଗସ୍ତରେ ଆସି କରୋନା ପାଇଁ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଅଟିରା, ବାଲିଆ, ରାଜତୋଟାରେ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହୁଥିବା ଲୋକଙ୍କୁ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା ଉପରେ ପଚାରି ବୁଝିଥିଲେ। ପରେ ବାଲିଆଠାରେ ଅନୁଷ୍ଠିର ସମୀକ୍ଷା ବୈଠକରେ ଯୋଗଦେଇଥିଲେ।