କରୋନା ଆକ୍ରାନ୍ତରେ ଅର୍ଦ୍ଧଶତକ ଟପିଲା ପୁରୀ ଜିଲା

ପୁରୀ ଅଫିସ, ୧୩।୫: ପୁରୀ ଜିଲାରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଶନିବାର ପୁଣି ୧୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଫଳରେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଅର୍ଦ୍ଧଶତକ ପାର କରିଛି। ପୂର୍ବରୁ ୪୮ଜଣ ଚିହ୍ନଟ ହୋଇଥିବା ବେଳେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏହି ସଂଖ୍ୟା ୬୫ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ କେବଳ ୪ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ଜିଲାରେ ୬୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଗତ ୧୪ ଦିନରେ ଜିଲାରେ ୬୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାକୁ ନେଇ ଜିଲାବାସୀ ଚିନ୍ତାରେ ପଡ଼ିଛନ୍ତି।

Share