କରୋନା ଆକ୍ରାନ୍ତ ଚିହ୍ନଟ ପରେ ୫ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା

ଭଦ୍ରକ ଅଫିସ,୧୫ା୫: ଶୁକ୍ରବାର ଭଦ୍ରକ ଜିଲାରେ ୬ ଜଣ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି। ଏହାପରେ ପ୍ରଶାସନ ପକ୍ଷରୁ ୫ଟି କ୍ୱାରାଣ୍ଟାଇନ୍‌ ସେଣ୍ଟର ଏବଂ ଏହାର ଚତୁଃପାର୍ଶ୍ୱରେ ସର୍ବସାଧାରଣଙ୍କ ପାଇଁ କଟକଣା ଜାରି କରାଯାଇଛି। ସେଗୁଡିକ ହେଲା ଧାମନଗର ବ୍ଲକର ନଦୀ ଗାଁ ହାଇସ୍କୁଲ, ରଇପୁର ଜୟଦୁର୍ଗା ହାଇସ୍କୁଲ, ମୁରଲୀଧର ହାଇସ୍କୁଲ, ବାସୁଦେବପୁର ବ୍ଲକର ବଛଦା ପ୍ରାଥମିକ ସ୍କୁଲ, ତିହିଡି ବ୍ଲକର ଏଲ. ଏନ ହାଇସ୍କୁଲ। ସର୍ବସାଧାରଣ ଏହି ଆଇନ ନ ମାନିଲେ ପୋଲିସ କଡ଼ା ପଦକ୍ଷେପ ନେବ। ଏହି ସବୁ ସ୍କୁଲକୁ ଯୋଗାଯୋଗ ରାସ୍ତା ସମ୍ପୂର୍ଣ୍ଣ ସିଲ୍‌ କରାଯାଇଛି।