Categories: ଗଞ୍ଜାମ

କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ତତ୍ପରତା

ଗଞ୍ଜାମ,୫ା୭(ଡି.ଏନ୍‌.ଏ.)- ଗଞ୍ଜାମ ବ୍ଲକ ଓ ଏନ୍‌ଏସି ଅଞ୍ଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ୱାର୍ଡ ନଂ.୫ରେ ରହୁଥିବା ୨ଦମ୍ପତି କରୋନା ଆକ୍ରାନ୍ତ ପରେ ଉକ୍ତ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ କରିବା ପାଇଁ ରବିବାର ତହସିଲଦାର ଅବନୀ କୁମାର ସାହୁ, ଏନ୍‌ଏସି ଇଓ ପ୍ରଭୁ କଲ୍ୟାଣ ଦାସ ଓ ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁ ପ୍ରମୁଖ ବୁଲି ଅନୁଧ୍ୟାନ କରିଥିଲେ। ବଡ଼ ବଜାର ସ୍ବାମୀ ବିବେକାନନ୍ଦ ଷ୍ଟାଚ୍ୟୁ ଠାରୁ ମିନି ଷ୍ଟାଡିୟମ ମାର୍କେଟ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ହେବା ନେଇ ଆଲୋଚନା ହୋଇଛି। ଶନିବାର ଓ ରବିବାର ଶଟ୍‌ଡାଉନ ଥିବାରୁ ସୋମବାର ଏନେଇ ପଦକ୍ଷେପ ନିଆଯିବାକୁ ପ୍ରସ୍ତୁତି ଚାଲିଛି।