କରୋନା ଆଗରୁ ମାରିବ କ୍ଷୁଧା

ଭୁବନେଶ୍ୱର,୨୪।୩(ବ୍ୟୁରୋ): କଲବଲ କରୁଛି କରୋନା। କରୋନା ଯୋଗୁ ନା ଗଣ୍ଡେ ଖାଇବାକୁ ମିଳୁଛି ନା ପିଇବାକୁ ମିଳୁଛି। ଗଛ ତଳେ, ବ୍ରିଜ୍‌ ତଳେ ନ ଖାଇ ନ ପିଇ ପଡ଼ି ପଡ଼ି ଦିନ କଟିଯାଉଛି। ଆହା ପଦେ କହିବାକୁ କେହି ନାହାନ୍ତି। ସେମାନଙ୍କ କଥା ପୋଲିସ ବାବୁମାନେ ଶୁଣୁନାହାନ୍ତି କି ସରକାର ବୁଝୁନାହାନ୍ତି। ଓଲଟା ଦିନକୁ ମୁଠେ ଆହାର ଯୋଗାଇ ଦେଉଥିବା ଲୋକଙ୍କୁ ଆଉ ସେମାନଙ୍କ ପାଖ ପଶିିବାକୁ ଦେଉନାହାନ୍ତି। ରାଜଧାନୀର ଫୁଟ୍‌ଫାଥ୍‌ରେ ଖୋଲା ଆକାଶ ତଳେ ପଡ଼ିରହିଥିବା ଶତାଧିକ ଅସହାୟଙ୍କୁ ଏବେ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଛି। କରୋନା ସଂକ୍ରମଣରେ କାହାର ମୃତ୍ୟୁ ହେବ କି ନ ହେବ ତାହା ତ ପଛ କଥା, କିନ୍ତୁ ତା’ ପୂର୍ବରୁ ଖାଇବାକୁ ନ ପାଇ ସେମାନଙ୍କ ଜୀବନ ଚାଲିଯିବ ବୋଲି ସହରର ଅନେକ ସାମାଜିକ କର୍ମୀ ଏବଂ ସ୍ବେଚ୍ଛାସେବୀ କହିଛନ୍ତି।
ଭୁବନେଶ୍ୱରର ବିଭିନ୍ନ ପ୍ରାନ୍ତରେ ଖୋଲା ଆକାଶ ତଳେ ଅସହାୟ ଭାବେ ପ୍ରାୟ ୫ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ଏମାନଙ୍କ ମଧ୍ୟରେ ବୃଦ୍ଧାବୃଦ୍ଧଙ୍କ ସମେତ କେତେଜଣ ଦିବ୍ୟାଙ୍ଗ, ମାନସିକ ବିକୃତ ଏବଂ ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତି ରହିଛନ୍ତି। ଏମାନେ ଏଣେତେଣେ ବୁଲି ହୋଟେଲ, ଦୋକାନ ଏବଂ ବିଭିନ୍ନ ମନ୍ଦିରରୁ ମାଗି ଖାଇଥାନ୍ତି। ସହର ଲକ୍‌ଡାଉନ୍‌ ପରେ ଏବେ ସେ ସବୁ ବାଟ ବନ୍ଦ ହୋଇଯାଇଛି। ତେଣୁ ଦିନକୁ ମୁଠେ ଆହାର ମିଳିବା କଷ୍ଟକର ହୋଇପଡୁଛି। ରାସ୍ତାକଡ଼ର ଏହି ଅସହାୟମାନଙ୍କୁ ବିଭିନ୍ନ ସଙ୍ଗଠନ ଦିନରେ ଏବଂ ରାତିରେ ରନ୍ଧାଖାଦ୍ୟ ଯୋଗାଇଥାନ୍ତି। ଏଥିରେ ବି ଏବେ କଟକଣା ଲାଗିଛି। କିଛି ସଙ୍ଗଠନ ଏବଂ ମନ୍ଦିର ଗୋଟିଏ ନିର୍ଦ୍ଦିିଷ୍ଟ ସ୍ଥାନରେ ଖାଦ୍ୟ ପରଶୁଥିବାରୁ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ତାହାକୁ ବନ୍ଦ କରାଯାଇଛି। ସେହିପରି ଆଉ କେତେକ ସଂସ୍ଥା ଏବଂ ସଙ୍ଗଠନ ଅସହାୟଙ୍କ ପାଖରେ ପ୍ୟାକେଟ୍‌ ଯୋଗେ ଖାଦ୍ୟ ପହଞ୍ଚାଉଥିବାବେଳେ ସେମାନଙ୍କୁ ମଧ୍ୟ ବାରଣ କରାଯାଇଛି, ଯାହାକୁ ନେଇ ବିରୋଧ ହୋଇଛି। ଗୋଟିଏ ପଟେ ଫୁଡ୍‌ ଡେଲିଭରି ସଂସ୍ଥାଗୁଡ଼ିକୁ କଟକଣାରୁ ମୁକ୍ତ ରଖାଯାଇଥିବାବେଳେ ଅନ୍ୟପଟେ ଅସହାୟଙ୍କ ନିକଟରେ ମାଗଣାରେ ଖାଦ୍ୟ ପହଞ୍ଚାଉଥିବା ସଂସ୍ଥାକୁ କ’ଣ ପାଇଁ ପୋଲିସ୍‌ ଅଟକାଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି। ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ପ୍ରତିଦିନ ‘ଶ୍ରୀ ସତ୍ୟସାଇ ନିତ୍ୟ ଅନୁଦାନ’ କାର୍ଯ୍ୟକ୍ରମ ମାଧ୍ୟମରେ ସହରର ଶତାଧିକ ଅସହାୟ ବୃଦ୍ଧାବୃଦ୍ଧ ଏବଂ ଦିବ୍ୟାଙ୍ଗଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥାଏ। ମାତ୍ର ସୋମବାର ଲକ୍‌ଡାଉନ୍‌ ଯୋଗୁ ପୋଲିସ ସେମାନଙ୍କୁ ଯିବାକୁ ଦେଇ ନ ଥିଲା। ଏ ନେଇ ସଙ୍ଗଠନର ଜଣେ ସଦସ୍ୟ କହିଛନ୍ତି, ଦୀର୍ଘ ୧୦ ବର୍ଷ ହେଲା ଆମେ ଚାଲିବାକୁ ଓ ହାତ ଉଠାଇବାକୁ ଅକ୍ଷମ ଥିବା ଲୋକଙ୍କ ନିକଟରେ ଖାଦ୍ୟ ପହଞ୍ଚାଉଛୁ। ସେମାନେ ସମୂର୍ଣ୍ଣ ଭାବେ ଆମ ଉପରେ ନିର୍ଭରଶୀଳ, ଯେଉଁଥିପାଇଁ ପ୍ରତିଦିନ ୬୦ କିମି ବୁଲି ଆମେ ସେମାନଙ୍କ ପାଖରେ ପହଞ୍ଚତ୍ଥାଉ। କାହାକୁ ଡାକି ଆମେ ଲୋକ ଗହଳି କରୁନୁ। ପ୍ୟାକେଟ୍‌ ନେଇ ଯାଉଥିଲେ ବି ପୋଲିସ୍‌ ଆମକୁ ହଇରାଣ କରୁଛି। ଯେତେବେଳେ ଜୋମାଟୋ, ସ୍ବିଗି ଭଳି ଡେଲିଭରି ସଂସ୍ଥାଗୁଡ଼ିକୁ ଅନୁମତି ଅଛି ଆମକୁ କ’ଣ ପାଇଁ ଅନୁମତି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଅସହାୟଙ୍କ ମଧ୍ୟରେ ଅନେକ କୁଷ୍ଠରୋଗୀ ଓ ଦିବ୍ୟାଙ୍ଗ ଅଛନ୍ତି, ଯେଉଁମାନେ ଆମକୁ ଚାହିଁ ବସିଥାନ୍ତି। ସେମାନଙ୍କୁ ଖାଇବାକୁ ନ ଦେଲେ ଅତିକମ୍‌ରେ ୫୦ରୁ ୬୦ଜଣଙ୍କର ଜୀବନ ଚାଲିଯାଇପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ବର୍ଷରେ ୨୩,୬୫୫ ସଡ଼କ ଦୁର୍ଘଟଣା

ଭୁବନେଶ୍ୱର,୨୯ା୧୧ (ଅନୁରାଧା ମହାରଣା): ୨୦୨୨ ଓ ୨୦୨୩ରେ ରାଜ୍ୟରେ ୨୩,୬୫୫ ସଡ଼କ ଦୁର୍ଘଟଣା ଘଟିଛି। ୨୦୨୨ରେ ୧୧,୬୬୩ଟି ଦୁର୍ଘଟଣା ଘଟିଥିବାବେଳେ ୨୦୨୩ରେ ଏହି ସଂଖ୍ୟାରେ ୩୨୯...

ଓଏଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳ ବଦଳ

ଭୁବନେଶ୍ୱର,୨୯ା୧୧(ଅନିଲ ଦାସ):ରାଜ୍ୟ ସରକାର ଓଏଏସ୍‌ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ମୋଟ ୧୯ଜଣ ଓଏଏସ୍‌ ଅଫିସରଙ୍କୁ ନୂଆ ଦାୟିତ୍ୱ ନ୍ୟସ୍ତ ହୋଇଛି। ଏନେଇ ଗୁରୁବାର...

ଓଡ଼ିଶାରେ ୧.୩୭ ଲକ୍ଷ କୋଟିର ପୁଞ୍ଜି ବିନିଯୋଗକୁ ଅନୁମୋଦନ, ସଫଳତା ଦେଲା ଉତ୍କର୍ଷ ଓଡ଼ିଶା ରୋଡ୍‌ ଶୋ’

ଭୁବନେଶ୍ୱର,୨୯ା୧୧(ଅନୁରାଧା ମହାରଣା): ଓଡିଶା ୧.୩୭ ଲକ୍ଷ କୋଟିର ପୁଞ୍ଜି ବିନିଯୋଗ ହାସଲ କରିଛି। ଏହା ଭାରତର ଶିଳ୍ପ ଅଭିବୃଦ୍ଧିକୁ ବୃଦ୍ଧି କରିବା ସହ ବିକାଶଶୀଳ ଭାରତ...

ଆଜି ହାଫ୍‌ ଡେ’ ସ୍କୁଲ-କଲେଜ୍‌: ୧ଟାରୁ ଛୁଟି

ଭୁବନେଶ୍ୱର, ୨୯ା୧୧(ଅନୁରାଧା ମହାରଣା):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାରଠାରୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ସହ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଆସିବେ। ଭୁବନେଶ୍ୱରସ୍ଥିତ ଲୋକସେବା...

ହାଇକୋର୍ଟରେ କଟକ ସହର ସମସ୍ୟା ମାମଲା: ‘୩୦ ତାରିଖ ସୁଦ୍ଧା ବାଲିଯାତ୍ରା ପଡ଼ିଆ ସ୍ବଚ୍ଛ କର’

କଟକ,୨୯ା୧୧ (କାର୍ତ୍ତିକ ସାହୁ): ଉପର ଓ ତଳ ବାଲିଯାତ୍ରା ପଡ଼ିଆ ପ୍ରଦୂଷିତ। ବାଲିଯାତ୍ରା ସରିବା ପରେ ମଧ୍ୟ ଏପର୍ଯ୍ୟନ୍ତ ସଫା ହୋଇନି ପଡ଼ିଆ। କୁଢ଼ କୁଢ଼...

୨୦ ବର୍ଷ ହେଲା ଚାପିରହିଛି ଆର୍‌ଡିସି ତଦନ୍ତ ରିପୋର୍ଟ

ଯାଜପୁର,୨୯ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଏବଂ ବିରଜା ହାଟ ସ୍ଥାନାନ୍ତରଣକୁ ନେଇ ରାଜନୈତିକ ହଇଚଇ ସୃଷ୍ଟି...

ଆଜିଠାରୁ ଡିଜିପି ସମ୍ମିଳନୀ: ଯୋଗଦେବେ ମୋଦି, ଶାହା

ଭୁବନେଶ୍ୱର,୨୯ା୧୧(ସୂର୍ଯ୍ୟକାନ୍ତ ବେହେରା):ସର୍ବଭାରତୀୟ ୫୯ତମ ଡିଜି-ଆଇଜି ସମ୍ମିଳନୀ ଭୁବନେଶ୍ୱରରେ ଶୁକ୍ରବାର ଆରମ୍ଭ ହୋଇ ଡିସେମ୍ବର ୧ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବ। ଏଥିରେ ଯୋଗଦେବା ପାଇଁ ଶୁକ୍ରବାର...

ଓଡ଼ିଶାରେ ଟିକସମୁକ୍ତ ହେଲା ‘ଦି ସାବରମତୀ ରିପୋର୍ଟ’ ଚଳଚ୍ଚିତ୍ର

ଭୁବନେଶ୍ୱର,୨୯ା୧୧(ଅନିଲ ଦାସ):ହିନ୍ଦୀ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’କୁ ଓଡ଼ିଶା ସରକାର ଟିକସମୁକ୍ତ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏବଂ ରାଜ୍ୟର ଜନସାଧାରଣଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri