କରୋନା ଆତଙ୍କବାଦଠାରୁ ବି ଭୟଙ୍କର: ଡବ୍ଲୁଏଚ୍‌ଓ

ଜେନେଭା,୧୨।୨: ଚାଇନାରେ କରୋନା ଆତଙ୍କ ସୃଷ୍ଟି କରିଛି। ଏହାଯୋଗୁ ୨୭ରୁ ଅଧିକ ଦେଶର ଲୋକେ ମଧ୍ୟ ସଂକ୍ରମିତ ହୋଇଛନ୍ତି। ଇତିମଧ୍ୟରେ ଚାଇନାର ୩୦ରୁ ଅଧିକ ସହରରେ କରୋନା ସଂକ୍ରମଣ ଯୋଗୁ ୧୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। କରୋନା ଆତଙ୍କବାଦଠାରୁ ବି ଭୟଙ୍କର ସ୍ଥିତି ସୃଷ୍ଟି କରିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ପକ୍ଷରୁ କୁହାଯାଇଛି। ଏନେଇ ଡବ୍ଲୁଏଚ୍‌ଓ ମୁଖ୍ୟ ଟେଡ୍ରୋସ୍‌ ଆଧାନୋମ୍‌ ଘେବ୍ରେୟେସସ୍‌ କହିଛନ୍ତି ଯେ, କରୋନା ମହାମାରୀ ମାନବ ସଭ୍ୟତା ପାଇଁ ଏକ ବିପଦ ସଦୃଶ ଦେଖାଦେଇଛି। ଏହାର ମୁକାବିଲା ଲାଗି ମିଳିତ ଭାବେ ପୃଥିବୀର ସମସ୍ତ ରାଷ୍ଟ୍ର କାର୍ଯ୍ୟ କରିବା ଆବଶ୍ୟକ। କରୋନା ଯୋଗୁ ପୃଥିବୀର ଦ୍ୱିତୀୟ ବୃହତ୍‌ ଅର୍ଥ ବ୍ୟବସ୍ଥା ବୋଲାଉଥିବା ଚାଇନାର ସ୍ଥିତି ଏବେ ସଙ୍କଟ ଜନକ ହୋଇଛି ବୋଲି ସେ କହିଛନ୍ତି।

Share