କରୋନା ଆତଙ୍କରେ ଲୋକ ପିନ୍ଧୁଛନ୍ତି ପ୍ଲାଷ୍ଟିକ୍‌ ବ୍ୟାଗ୍‌: ଫଟୋ ଭାଇରାଲ

ବେଜିଂ,୩୦।୧: ଚାଇନାରେ ଦେଖାଦେଇଥିବା କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବିମାନ, ଟ୍ରେନ୍‌ ଅବା ବସ୍‌ରେ ଯାତ୍ରା କରିବା ସମୟରେ ଯାତ୍ରୀ ସୁରକ୍ଷା ପାଇଁ ପ୍ଲାଷ୍ଟିକ୍‌ ତିଆରି ବ୍ୟାଗ୍‌ ଏବଂ କଣ୍ଟେନର ପିନ୍ଧୁଛନ୍ତି। ଏବେ ଏହାର ଫଟୋ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ୟୁଜର ଏହାକୁ ଶେୟାର କରିବା ସହିତ ଲାଇକ୍‌ କରିବାରେ ଲାଗିଛନ୍ତି। ଫଟୋରେ କିଛି ଲୋକ ପ୍ଲାଷ୍ଟିକ୍‌ ବୋତଲ କାଟି ଏହାକୁ ହେଲମେଟ୍‌ ଭଳି ପିନ୍ଧିଥିବା ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ, କରୋନା ଭୁତାଣୁ ସଂକ୍ରମଣରେ ଚାଇନାରେ ୧୭୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨,୧୬୭ ଜଣ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି।

Share