କରୋନା ଆତଙ୍କ: କୋଟିଏ ୬୦ ଲକ୍ଷ ଘରେ ବନ୍ଦ; ବିବାହ-ଅନ୍ତିମ ସଂସ୍କାର ଉପରେ କଟକଣା

ରୋମ,୮।୩: ଚାଇନା ପରେ ଏବେ କରୋନା ଆତଙ୍କ ଗୋଟିଏ ପରେ ଗୋଟିଏ ଦେଶ ବ୍ୟାପିବାରେ ଲାଗିଛି। ଇତିମଧ୍ୟରେ ୯୪ଟି ଦେଶରେ କରୋନା ପହଞ୍ଚିସାରିଛି। ଇଟାଲିରେ କରୋନା ସଂକ୍ରମଣ ଭୟ ଯୋଗୁ କୋଟିଏ ୬୦ ଲକ୍ଷ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ଏହା ସହିତ ଅନ୍ତିମ ସଂସ୍କାର ଏବଂ ବିବାହ ଉପରେ ମଧ୍ୟ କଟକଣା ଜାରି ହୋଇଛି। ଲୋକଙ୍କ ସୁବିଧା ପାଇଁ ଯାଞ୍ଚ୍‌ କେନ୍ଦ୍ର ଏବଂ ନମୂନା ସଂଗ୍ରହ କେନ୍ଦ୍ରର ସଂଖ୍ୟା ମଧ୍ୟ ବଢ଼ାଯାଉଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Share