କରୋନା ଆତଙ୍କ: ଦଲାଇ ଲାମାଙ୍କ ‘ପୋଟାଲା ପ୍ୟାଲେସ’କୁ ବନ୍ଦ କଲେ ଚାଇନା ସରକାର

ବେଜିଂ,୨୭।୧: କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଚାଇନା ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରୁଛନ୍ତି। ସରକାର ତିବ୍ଦତରେ ଥିବା ଧର୍ମଗୁରୁ ଦଲାଇ ଲାମାଙ୍କ ବାସଭବନ ‘ପୋଟାଲା ପ୍ୟାଲେସ’କୁ ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦେଇଛନ୍ତି। କରୋନା ଭାଇରସର ସଂକ୍ରମଣକୁ ରୋକିବା ଲାଗି ପୋଟାଲା ପ୍ୟାଲେସ ବନ୍ଦ କରାଯାଇଥିବା ଚାଇନା ସରକାର କହିଛନ୍ତି। ପୋଟାଲା ପ୍ୟାଲେସ ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ପାଇଁ ସାଂସ୍କୃତିକ ଏବଂ ଧାର୍ମିକ କେନ୍ଦ୍ର ଭାବେ ପରିଚିତ। ପୋଟାଲା ପ୍ୟାଲେସ ତିବ୍ଦତର ମୁଖ୍ୟ ଆକର୍ଷଣ। ଏଠାକୁ ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସନ୍ତି। ତେଣୁ ରୋଗ ଅନ୍ୟତ୍ର ନ ବ୍ୟାପିବା ଲାଗି ଏହାକୁ ବନ୍ଦ କରାଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ଚାଇନାରେ କରୋନା ଭୂତାଣୁ ୫୦ ଜୀବନ ନେଲାଣି । ସେଠାରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ୧ ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏହି ମାରାତ୍ମକ ଭୂତାଣୁର କେନ୍ଦ୍ରସ୍ଥଳ କୁହାଯାଉଥିବା ୟୁହାନ ସମେତ ୧୩ଟି ସହରକୁ ଗମନାଗମନ ବନ୍ଦ କରିଦିଆଯିବା ସହ ଏହି ସହରଗୁଡ଼ିକୁ ବାହ୍ୟଜଗତରୁ ଏକପ୍ରକାର ବିଚ୍ଛିନ୍ନ କରିଦିଆଯାଇଛି। ଏହି ମାରାତ୍ମକ ଭୂତାଣୁର କେନ୍ଦ୍ରସ୍ଥଳ କୁହାଯାଉଥିବା ୟୁହାନ ସମେତ ୧୩ଟି ସହରକୁ ଗମନାଗମନ ବନ୍ଦ କରିଦିଆଯିବା ସହ ଏହି ସହରଗୁଡ଼ିକୁ ବାହ୍ୟଜଗତରୁ ଏକପ୍ରକାର ବିଚ୍ଛିନ୍ନ କରିଦିଆଯାଇଛି।

Share