ଭୁବନେଶ୍ୱର,୧୬।୩(ବ୍ୟୁରୋ): ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଥିବା ବେଳେ ରାଜ୍ୟରେ ମଧ୍ୟ ଏହା ଚିହ୍ନଟ ହୋଇସାରିଛି। କରୋନାର ମୁକାବିଲା ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ତେବେ ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଚାୟତ ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। ମାର୍ଚ୍ଚ ୨୪ରେ ରାଜ୍ୟର ୨୦ଟି ଜିଲାରେ ହେବାକୁଥିବା ୨ଟି ଜିଲା ପରିଷଦ ସଭ୍ୟ, ୬ଟି ସରପଞ୍ଚ, ୮ ସମିତି ସଭ୍ୟ ଓ ୮୪ ଓ୍ବାର୍ଡମେମ୍ବର ଲାଗି ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ହେବାକୁ ଥିବା ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିବା ରାଜ୍ୟ ନିର୍ବାଚନ ଆୟୋଗ (ଓଡ଼ିଶା) ପକ୍ଷରୁ ସୂଚନା ମିଳିଛି। ତେବେ ପରବର୍ତ୍ତୀ ସମୟରେ ନିର୍ବାଚନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।