କରୋନା ଆତଙ୍କ: ମଟନ, ଚିକେନ ମାର୍କେଟ ବନ୍ଦ

ଛତ୍ରପୁର,୧୭।୩,(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ ଥିବା ସମସ୍ତ ମଟନ ଓ ଚିକେନ ଦୋକାନରେ ମଙ୍ଗଳବାର ତାଲା ଝୁଲୁଥିବା ଦେଖିବାକୁ ମିଳିଛି। କରୋନା ଭୟାବହତା ନେଇ ଜିଲାପାଳଙ୍କ ପକ୍ଷରୁ ସୋମବାର ଏକ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଅଣସ୍ବୀକୃତିପ୍ରାପ୍ତ ସ୍ଥାନରେ ମାଛ ମାଂସ ବିକ୍ରି ଉପରେ କଟକଣା ଜାରି ହୋଇଛି। ଅପରପକ୍ଷରେ ଦୋକାନୀମାନେ ଏନ୍‌ଏସି ମାର୍କେଟ କମ୍ପ୍ଲେକ୍ସରେ ନିଜ ଦୋକାନ ବନ୍ଦ ରଖିଛନ୍ତି। ସାମାନ୍ୟ କେତୋଟି ମାଛ ପସରା ପଡିଥିବା ବେଳେ ବଡ ଦୋକାନ ବନ୍ଦ ରହିଛି।

Share