Advertisement

କରୋନା ଆତଙ୍କ: ମୃତ୍ୟୁ ସଂଖ୍ୟା ୨ଲକ୍ଷ ୩୯ ହଜାର ଟପିଲା; ୩୪ ଲକ୍ଷରୁ ଅଧିକ ସଂକ୍ରମିତ

ଓ୍ବାଶିଂଟନ,୨।୫: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀରେ ମୃତକଙ୍କ ସଂଖ୍ୟା ୨ ଲକ୍ଷ ୩୯ ହଜାର ୫୮୬ରେ ପହଞ୍ଚିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୩୪ ଲକ୍ଷ ୬୦୭ ଛୁଇଁଛି। ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ୩୧ ହଜାର ୨୮୦ ଥିବାବେଳେ ମୃତକଙ୍କ ସଂଖ୍ୟା ୬୫ ହଜାର ୭୬୬ ରହିଛି। ଗତ ୨୪ ଘଣ୍ଟାରେ ଏଠାରେ ୧୮୮୩ ଜଣଙ୍କ ମୃତ୍ୟୁ ଘଟିଛି। ସ୍ପେନ୍‌ରେ ୨ଲକ୍ଷ ୪୨ ହଜାର ୯୮୮ ଜଣ ସଂକ୍ରମିତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୨୪ ହଜାର ୮୨୪ ରହିଛି। ଇଟାଲିରେ ମୃତକଙ୍କ ସଂଖ୍ୟା ୨୮ ହଜାର ୨୩୬ ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୭ ହଜାର ୪୨୮ ରହିଛି। ବ୍ରିଟେନରେ ଗତ ୨୪ ଘଣ୍ଟା ମଧ୍ୟରେ ୭୩୯ ଲୋକଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୭୭ ହଜାର ୪୫୪ ରହିଛି ଏବଂ ମୃତକଙ୍କ ସଂଖ୍ୟା ୨୭ ହଜାର ୫୧୦ ରହିଛି। ଜାପାନରେ ସଂକ୍ରମିତଙ୍କ ସଂଖ୍ୟା ୧୫ ହଜାର ୨୫୭ ଥିବାବେଳେ ମୃତ୍ୟୁ ସଂଖ୍ୟା ୪୭୧ ଛୁଇଁଛି। ଏଠାରେ ଜାରି ହୋଇଥିବା ଜରୁରୀକାଳୀନ ସ୍ଥିତିର ସମୟ ସୀମା ମେ ୬ରେ ଶେଷ ହେବ। ତେବେ ଏହାର ଅବଧିଙ୍କୁ ପୁଣି ଏକ ମାସ ବଢ଼ାଇବା ଚିନ୍ତା କରାଯାଉଥିବା ଚର୍ଚ୍ଚା ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share