Categories: ଖେଳ

କରୋନା ଆତଙ୍କ: ଶ୍ରୀଲଙ୍କା ଦଳ ସହିତ ହାତ ମିଳାଇବେ ନାହିଁ ଇଂଲଣ୍ଡ ଖେଳାଳି

ଲଣ୍ଡନ,୩।୩: ଇଂଲଣ୍ଡ କ୍ରିକେଟ ଦଳ ଶ୍ରୀଲଙ୍କା ଗସ୍ତରେ ଯାଉଛନ୍ତି। ସେଠାରେ ଦୁଇଦଳଙ୍କ ମଧ୍ୟରେ ୨ଟି ଟେଷ୍ଟ୍‌ ମ୍ୟାଚ୍‌ ଖେଳାଯିବ। ତେବେ କରୋନା ଭୂତାଣୁ ସଂକ୍ରମଣ ଭୟରେ ଇଂଲଣ୍ଡ ଖେଳାଳି ଶ୍ରୀଲଙ୍କାର ଦଳ ସଦସ୍ୟଙ୍କ ସହିତ ହାତ ମିଳାଇବେ ନାହିଁ ବୋଲି କୁହାଯାଉଛି। ତେବେ ଇଂଲଣ୍ଡ ଖେଳାଳି ହାତମୁଠାରେ ମୁଠା ଘଷି ଶ୍ରୀଲଙ୍କା ଦଳ ସଦସ୍ୟଙ୍କୁ ଅଭିବାଦନ ଜଣାଇବେ। ନିକଟରେ ଦକ୍ଷିଣ ଆଫ୍ରିକା ଗସ୍ତ ପରେ ଇଂଲଣ୍ଡ ଦଳର କେତେକ ସଦସ୍ୟଙ୍କ ପେଟରେ ଯନ୍ତ୍ରଣା ଏବଂ ଫ୍ଲୁ ମଧ୍ୟ ହୋଇଥିଲା। ତେଣୁ ଇଂଲଣ୍ଡ ଦଳ ପକ୍ଷରୁ ଏଭଳି ସତର୍କତା ଅବଲମ୍ବନ କରାଯିବ ବୋଲି କୁହାଯାଉଛି।

Share