Categories: ଜାତୀୟ

କରୋନା ଆତଙ୍କ: ସୁରଟରେ ୮୦୦୦ କୋଟିର ହୀରା କାରବାର ଠପ୍‌

ସୁରଟ,୫।୨: କରୋନା ଭୁତାଣୁ ଆତଙ୍କ ଯୋଗୁ ସୁରଟର ୮୦୦୦ କୋଟି ଟଙ୍କାର ହୀରା କାରବାର ଠପ୍‌ ହୋଇଛି। ଚାଇନା ପରେ ଏବେ ହଂକଂରେ ଏହି ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ହଂକଂ ହୀରା ବ୍ୟବସାୟର କେନ୍ଦ୍ରସ୍ଥଳ ଭାବେ ବେଶ୍‌ ଜଣାଶୁଣା। ପ୍ରତିବର୍ଷ ସୁରଟରୁ ୫୦ ହଜାର କୋଟି ଟଙ୍କାର ହୀରା ରପ୍ତାନୀ କରାଯାଇଥାଏ। ତେବେ ବିଦେଶ ଯାତ୍ରା ଉପରେ କଟକଣା ଜାରି ହେବାରୁ ହୀରା ବ୍ୟବସାୟ ମାନ୍ଦା ରହିଛି। ଏହାଯୋଗୁ ବ୍ୟବସାୟୀଙ୍କ ବଡ଼ ଧରଣର କ୍ଷତି ହେବାର ଆଶଙ୍କା ସୃଷ୍ଟି ହୋଇଛି। ଆଗାମୀ ମାସରେ ହେବାକୁ ଥିବା ଅନ୍ତର୍ଜାତୀୟ ଅଳଙ୍କାର ପ୍ରଦର୍ଶନୀକୁ ମଧ୍ୟ କରୋନା ସଂକ୍ରମଣ ଯୋଗୁ ବାତିଲ କରାଯାଇପାରେ ବୋଲି କୁହାଯାଉଛି। ଇତିମଧ୍ୟରେ ହଂକଂରେ ୧୮ ଜଣଙ୍କଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି। ସେହିପରି ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

Share