କରୋନା ଆପ୍‌ ମାଧ୍ୟମରେ ଅଧିକାଂଶ ଲୋକେ ଖୋଜୁଛନ୍ତି ବେଡ୍‌

ନୂଆଦିଲ୍ଲୀ,୪।୬: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ହେଲେ ଚିକିତ୍ସା ପାଇଁ ହସ୍ପିଟାଲରେ ବେଡ୍‌ର ଅଭାବ ଥିବା ଅଭିଯୋଗ ଆସିବା ପରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ଆପ୍‌ ଲଞ୍ଚ କରାଯାଇଛି। ଯେଉଁ ଆପ୍‌ ମାଧ୍ୟମରେ ସାଧାରଣ ଜନତା କେଉଁ ହସ୍ପିଟାଲରେ କେତେବେଡ୍‌ ଖାଲି ରହିଛି ସେ ସମ୍ପର୍କରେ ତଥ୍ୟ ପାଇପାରିବେ। ତେବେ ଏହି ଆପ୍‌ ଲଞ୍ଚ ହେବା ପରେ ଅଧିକାଂଶ ଲୋକେ ଏହା ମାଧ୍ୟମରେ ବେଡ୍‌ ଖୋଜୁଥିବା ଗୁରୁବାର କହିଛନ୍ତି ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ। କିନ୍ତୁ ପ୍ରକୃତରେ ବେଡ୍‌ ବ୍ୟବହାରକାରୀ ବହୁତ କମ୍‌ ବୋଲି ସେ କହିଛନ୍ତି। ଅନ୍ୟପଟେ ଦିଲ୍ଲୀରେ କରୋନା ସଂକ୍ରମଣ ହାର ବୃଦ୍ଧିକୁ ଦେଖି ଆଉ ୩ ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିବର୍ତ୍ତନ କରାଯାଇଥିବା ସେ ସୂଚନା ଦେଇଛନ୍ତି। ତେଣୁ ଦିଲ୍ଲୀରେ କରୋନା ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ପରିମାଣର ବେଡ୍‌ ରହିଛି ଏହାକୁ ନେଇ ଲୋକେ ଭୟଭିତ ନ ହେବାକୁ ସେ କହିଛନ୍ତି।

Share