କରୋନା ଆର୍ଥିକ ମାନ୍ଦାବସ୍ଥାରେ ବି ବାଜି ଲଗାଇ ଲାଭ: ୨୭୦ ଲକ୍ଷ ଡଲାର ନିବେଶ କରି ୨୬୦ କୋଟି ଡଲାର ପାଇଲେ ବିଲ୍‌ ଅକ୍‌ମ୍ୟାନ୍‌

ଓ୍ବାଶିଂଟନ,୧୩।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି। ତେବେ ଜଣେ ବ୍ୟକ୍ତି ୨୭୦ ଲକ୍ଷ ଡଲାର ନିବେଶ କରି ୨୬୦ କୋଟି ଡଲାର ପାଇଛନ୍ତି। ଏହା ବିଶ୍ୱାସ ନ ହେଲେ ବି ସତ। ଏପରି ଅଭିଜ୍ଞତା ହାସଲ କରିଛନ୍ତି ପର୍ଶିଂ ସ୍କ୍ବୋୟାର କ୍ୟାପିଟାଲ ମ୍ୟାନେଜମେଣ୍ଟ୍‌ ସିଇଓ ବିଲ୍‌ ଅକ୍‌ମ୍ୟାନ୍‌। କରୋନା ସଂକ୍ରମଣ ଯୋଗୁ ଆର୍ଥିକ ସ୍ଥିତିରେ ସୁଧାର ଆସିବ ବୋଲି ବିଲ୍‌ ଏକ ବାଜି ମାରିଥିଲେ। ମାର୍ଚ୍ଚ ୧୮ରେ ବିଲ୍‌ ବାଜି ମାରିଥିଲେ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୩୦ ଦିନ ପାଇଁ ଦେଶରେ ଶଟ୍‌ଡାଉନ୍‌ ଘୋଷଣା କରିବେ। ସାରା ପୃଥିବୀରେ କରୋନା ଆତଙ୍କ ଦେଖାଦେଇଥିବାବେଳେ ବିଲ୍‌ ଏଭଳି ବାଜି ମାରି ନିଜର ନିବେଶ ରାଶିକୁ ବୃଦ୍ଧି କରିବାରେ ଲାଗିଛନ୍ତି। ଏବେ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି।

Share