କରୋନା ଆସୁଛି ଦିଲ୍ଲୀରୁ: ଅନିଲ

ଚଣ୍ଡିଗଡ଼,୨୭।୪: ହରିୟାଣାରେ କରୋନା ସଂକ୍ରମଣ ପାଇଁ ଦିଲ୍ଲୀ ଦାୟୀ ବୋଲି କହିଛନ୍ତି ହରିୟାଣାର ଗୃହମନ୍ତ୍ରୀ ଅନିଲ ବିଜ। ସେ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଦିଲ୍ଲୀରେ ଥିବା ଶ୍ରମିକଙ୍କୁ ହରିୟାଣା ନ ପଠାଇ ବରଂ ଦିଲ୍ଲୀରେ ରଖିବାର ବ୍ୟବସ୍ଥା କରନ୍ତୁ। କାରଣ ଏମାନେ ଯଦି ହରିୟାଣା ଆସିବେ ତେବେ ସେଠାରେ ମଧ୍ୟ କରୋନା ସଂକ୍ରମଣ ଦ୍ରୁତ ଗତିରେ ହେବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ବିଜ, ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କୁ ଏକ ଚିଠି ଲେଖି କହିଛନ୍ତି ହରିୟାଣା ଆସିବାକୁ ଥିବା ଲୋକଙ୍କୁ ସେହିଠାରେ ରଖାଯାଉ।

Share