Categories: ଜାତୀୟ

‘କରୋନା ଉପରେ ନିର୍ଭର କରେ ଅର୍ଥ ବ୍ୟବସ୍ଥା ଭାଗ୍ୟ’

ନୂଆଦିଲ୍ଲୀ,୧୪।୩: କରୋନା ଭାଇରସ ଉପରେ ଭାରତୀୟ ଅର୍ଥ ବ୍ୟବସ୍ଥାର ଭାଗ୍ୟ ନିର୍ଭର କରେ। ଏହି ଭାଇରସ ବ୍ୟାପିବା ଆରମ୍ଭ କଲେ ଭାରତ ଏହା ଦ୍ୱାରା ଗଭୀର ଭାବେ ପ୍ରଭାବିତ ହେବ ବୋଲି ବିଶିଷ୍ଟ ଅର୍ଥନୀତିଜ୍ଞ ସ୍ବାମୀନାଥନ ଆୟର ସରକାରଙ୍କୁ ସତର୍କ କରାଇଛନ୍ତି। ସେ କହିଛନ୍ତି ଯେ, ଭାଇରସର ପ୍ରଭାବ କେବେ ଯାଏ ରହିବ ସେ ନେଇ କେହି ସ୍ପଷ୍ଟ ସୂଚନା ଦେଇ ପାରିବ ନାହିଁ। ଯଦି ଏହା ୩ ମାସ ଯାଏ ଲାଗି ରହେ ତେବେ ନିଶ୍ଚିତ ପକ୍ଷେ ମାନ୍ଦାବସ୍ଥା ସ୍ଥିତି ଆସିଯିବ। ଏଭଳି ସ୍ଥିତି ଉପୁଜିଲେ ତ୍ୱରିତ ଅଭିବୃଦ୍ଧି ଆଶା କରିବା କ୍ଷୀଣ ବୋଲି ସେ ମତ ରଖିଛନ୍ତି। ସେହିଭଳି ଭାଇରସ ପ୍ରଭାବ ୬ ମାସ ରହିଲେ ଏହା ଦେଶକୁ ଏକ ବଡ ବିପଦ ମୁହଁକୁ ଠେଲିଦେବ। ଯଦି ଏହା ୯ ମାସ ରହେ ତେବେ ଅନେକ ସଂଖ୍ୟାରେ ଲୋକ ରୋଗରେ ଆକ୍ରାନ୍ତ ହେବେ। ଅନେକ ଲୋକ ମୃତ୍ୟୁ ମୁଖରେ ପଡ଼ିବା ଯୋଗୁ ଅର୍ଥବ୍ୟବସ୍ଥା ଗଭୀର ଭାବେ ପ୍ରଭାବିତ ହେବାର ଆଶଙ୍କା ଉପୁଜିଥିବା ସେ ସୂଚନା ଦେଇଛନ୍ତି। ସେ ସ୍ପେନରେ ଭାଇରସ ଫ୍ଲୁ ସମ୍ପର୍କରେ ମନେ ପକାଇ କହିଛନ୍ତି ଯେ, ଏହା ୨୦୦ ନିୟୁତ ଲୋକଙ୍କୁ ଆକ୍ରାନ୍ତ କରିଥିଲା ବେଳେ ଏଥିରେ ୫୦ ନିୟୁତ ଲୋକଙ୍କ ପ୍ରାଣହାନି ଘଟିଥିଲା। ଏହାବାଦ ଭାଇରସର ପ୍ରଭାବ ଗୋଟିଏ ବର୍ଷ ରହିଲେ ଦେଶର ଆର୍ଥତ୍କ କ୍ଷେତ୍ର ଗଭୀର ଭାବେ କ୍ଷତିଗ୍ରସ୍ତ ହେବ ବୋଲି ସେ ମତ ରଖିଛନ୍ତି। ଏହା ଦ୍ୱାରା ଦେବାଳିଆ ଘଟଣା ଅଧିକ ଦେଖାଯିବ। ବ୍ୟାଙ୍କଗୁଡିକ ଋଣ ପଇଠ କରିବାକୁ ବେଶି ଅବସର ପାଇବେ ନାହିଁ। ଏଭଳି ସ୍ଥିତିରେ ୨୦୦୮ ଭଳି ଆର୍ଥତ୍କ ସମସ୍ୟା ଉପୁଜିପାରେ। ଏହା ହେଲେ ସରକାର ଏବଂ କେନ୍ଦ୍ରୀୟ ବ୍ୟାଙ୍କ ନୀତି କାମ କରିବ ନାହିଁ। ଏଣୁ ଭାଇରସର ପ୍ରଭାବ ଅତ୍ୟନ୍ତ ଚିନ୍ତାଜନକ।

Share