ବଲାଙ୍ଗୀର, ୧୦ା୪(ଡି.ଏନ୍.ଏ.): କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ଲକ୍ଡାଉନ କରିଛନ୍ତି କେନ୍ଦ୍ର ସରକାର । ଲକ୍ଡାଉନ ଯୋଗୁ ମନ୍ଦିର, ମସ୍ଜିଦ, ଚର୍ଚ୍ଚ ଭଳି ଧର୍ମାନୁଷ୍ଠାନଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଏଭଳି ସମୟରେ ବିଭିନ୍ନ ଧର୍ମ ସମ୍ପ୍ରଦାୟର ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଶୁକ୍ରବାର ପବିତ୍ର ଗୁଡ୍ ଫ୍ରାଇଡେ ଅବସରରେ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର ଭାଇଭଉଣୀମାନେ ଚର୍ଚ୍ଚକୁ ନ ଯାଇ ନିଜ ନିଜ ଘରେ ଗୁଡ୍ ଫ୍ରାଇଡେ ପାଳନ କରିଛନ୍ତି। ସେମାନେ ଘରେ ରହି ବାଇବେଲ ପାଠ ସହିତ ପ୍ରଭୁ ସପ୍ତବାଣୀ ପାଠ ଓ ପାର୍ଥନା କରିଛନ୍ତି । ପ୍ରଭୁ ଯୀଶୁଙ୍କୁ ପ୍ରାର୍ଥନାକରି ସମଗ୍ର ବିଶ୍ୱରୁ କରୋନା ମହାମାରୀକୁ ସମ୍ପୂର୍ଣ୍ଣ ଦୂରେଇବା ସହ ସମଗ୍ର ବିଶ୍ୱବାସୀଙ୍କୁ ସୁସ୍ଥ ରଖିବା ପାଇଁ ନିବେଦନ କରିଛନ୍ତି।