କରୋନା କଟକଣାକୁ ଫୁ: ସଟ୍‌ଡାଉନ୍‌ ଉଠିବା ପରେ ଛତ୍ରବଜାରରେ ଅସମ୍ଭାଳ ଭିଡ଼

କଟକ ଅଫିସ,୬ା୪: କଟକ ସହରରେ ପ୍ରଥମ କରୋନା ଭୂତାଣୁ ଶୁକ୍ରବାର ଚିହ୍ନଟ ହୋଇଥିଲା। ଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ସନ୍ଧ୍ୟା ୮ଟାରୁ ରବିବାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ହେଲେ ପରିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସୋମବାର ସକାଳୁ ଖୋଲିଥିଲା। ବଜାର ଖୋଲିବା ପରେ କରୋନା କଟକଣାକୁ ଫୁ କରି ଲିଙ୍କରୋଡ଼ଠାରୁ ବାଦାମବାଡ଼ି ଛକ ପର୍ଯ୍ୟନ୍ତ ବସିଥିବା ଛତ୍ରବଜାରରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ସାମାଜିକ ଦୂରତ୍ୱକୁ ସତେ ଯେପରି କେହି ମାନିନାହାନ୍ତି। ଦୋକାନୀଠାରୁ ଗ୍ରାହକ ପର୍ଯ୍ୟନ୍ତ କେହି ମଧ୍ୟ ସାମାଜିକ ଦୂରତ୍ୱ ପ୍ରତି ଧ୍ୟାନ ଦେଇନାହାନ୍ତି। ଭିଡ଼ରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବା ବେଳେ ସୋମବାରର ଏହି ଭିଡ଼ ରୋଗ ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି। ପୋଲିସ ପକ୍ଷରୁ ଯାଞ୍ଚ ଠିକ୍‌ ଭାବେ କରାଯାଇ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।

Share