Advertisement

କରୋନା କଟକଣାରେ ସାମାଜିକ ଦୂରତା: ବିଜେପୁରରେ ଘରକୁ ଘର ବଣ୍ଟା ଯାଉଛି ଭତ୍ତା

ବିଜେପୁର,୨୭।୩(ଡି.ଏନ୍‌.ଏ.): କରୋନା କଟକଣା ଯୋଗୁ ଗତ ମଙ୍ଗଳବାର ମଧ୍ୟ ରାତ୍ରରୁ ସମସ୍ତ ଜିଲା ଲକ୍‌ଡାଉନ୍‌ କରାଯାଇଛି।ଏହି ଭାଇରସକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ରକ୍ଷା କରିବାକୁ ସଚେତନତା ସୃଷ୍ଟି କରାଯାଉଛି। ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସାମାଜିକ ସୁରକ୍ଷା ଯୋଜନାରେ ଆଗୁଆ ୪ମାସର ଭତ୍ତା ବଣ୍ଟନ ଚାଲିଛି। ଏହିକ୍ରମରେ ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ସାନବାଉଁଶେନ ପଞ୍ଚାୟତର ବିଭିନ୍ନ ଗାଁର ହିତାଧିକାରୀଙ୍କୁ ଭେଟି ଶୁକ୍ରବାର ବିଭାଗୀୟ କର୍ମଚାରୀମାନେ ଭତ୍ତା ବଣ୍ଟନ କରିଛନ୍ତି। ଏହି ପଞ୍ଚାୟତର ସାନବାଉଁଶେନ, ଝାଲପାଲି, ମୁଣ୍ଡୋମହୁଲର ୨୯୦ଜଣ ହିତାଧିକାରୀଙ୍କୁ ୫,୮୪,୦୦୦ଟଙ୍କା ଗୁରୁବାର ବଣ୍ଟା ଯାଇଥିଲ। ସେହିପରି ଶୁକ୍ରବାର ବାରଗୋଡା ଓ ବୁରୋମାଳରେ ୭୦ଜଣ ହିତାଧିକାରୀଙ୍କୁ ୧,୪୩,୨୦୦ଟଙ୍କା ବଣ୍ଟନ କରାଯାଇଛି। ଉକ୍ତ ପଞ୍ଚାୟତର କାର୍ଯ୍ୟର୍ନିବାହୀ ଅଧିକାରୀ ମାୟାଧର ଭୋଇ, ଜିଆରଏସ ଏକଲବ୍ୟ ରଣା, ଯୋଗାଣ ସହାୟକ ସବିତା ପଧାନ, ପି. ଜି ବୀରେନ୍ଦ୍ର ବାଗ ପ୍ରମୁଖ ଏହି ଭତ୍ତା ବଣ୍ଟନ କରିଥିଲେ। ସେହିପରି ବିଜେପୁର ଏନଏସିର ବିଜେପୁର, ବାଉଁଶପୋଲା, ଏମଗଣ୍ଡପାଲି, କନ୍ଧରା, କେଉଁଟିପାଲି, ମାଝି ପାଲିର ୧୨୮୦ଜଣ ହିତାଧିକାରୀଙ୍କୁଘର ଘର ବୁଲି ଦୁଇଦିନରେ ୨୪ଲକ୍ଷ ଟଙ୍କା ବଣ୍ଟନ କରାଯାଇଥିବା ଏନ୍‌ଏସି ଇଓ ରୁକ୍ମଣ ମେହେର ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share