କରୋନା କଟକଣା ଉଲଘଂନ: ୨୪୫ ମାମଲା ରୁଜୁ

କଟକ ଅଫିସ,୪।୪- କରୋନା ଭୁତାଣୁକୁ ନେଇ ରାଜ୍ୟ ସରକାର ସାରା ରାଜ୍ୟରେ କେତେକ ସ୍ୱତନ୍ତ୍ର କଟକଣା ଜାରି କରିଛନ୍ତି। କଟକଣା ଉଲଘଂନ କଲେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛି। ଏହି କ୍ରମରେ ଶୁକ୍ରବାର ସକାଳ ଠାରୁ ଶନିବାର ସକାଳ ମଧ୍ୟରେ ସାରା ରାଜ୍ୟରେ ୨୪୫ଟି ମାମଲା ରୁଜୁ ହୋଇଛି। ରାଜ୍ୟ ପୋଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ସେଥିରୁ ଲକଡାଉନ ଉଲଘଂନ ଜନିତ ୨୩୦ଟି ମାମଲା ରହିଛି। ସେହିଭଳି ହୋମ କ୍ବାରେଣ୍ଟାଇନ ଉଲଘଂନ ଅଭିଯୋଗରେ ୩ଟି ଏବଂ ଅନ୍ୟାନ୍ୟ ଉଲଘଂନ ଅଭିଯୋଗରେ ୧୨ଟି ମାମଲା ରୁଜୁ ହୋଇଛି।