କରୋନା କଟକଣା: କଳକାରଖାନା କର୍ମଚାରୀଙ୍କ ଲାଗି ଜାରିହେଲା ଗାଇଡ୍‌ଲାଇନ

ଭୁବନେଶ୍ୱର,୧୮।୩(ବ୍ୟୁରୋ): କରୋନା ଲାଗି କଳକାରଖାନା କର୍ମଚାରୀଙ୍କ ପାଇଁ ଗାଇଡ୍‌ଲାଇନ୍‌ ଜାରି ହୋଇଛି। କାରଖାନାରେ କାମ କରୁଥିବା କର୍ମଚାରୀଙ୍କ ଲାଗି ସାବୁନ ଓ ହ୍ବାଣ୍ଡଓ୍ବାଶ୍‌ ବ୍ୟବସ୍ଥା ଲାଗି ନିର୍ଦ୍ଦେଶ ଦିଆଯାଇଛି। କର୍ମଚାରୀଙ୍କ ମଧ୍ୟରୁ କେହି ଅସୁସ୍ଥତା ଅନୁଭବ କଲେ ଘରେ ରହିବାକୁ କୁହାଯାଇଛି। ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୧୦୪ ନମ୍ବରରେ ଜଣାଇବାକୁ ଚିଠିରେ ଉଲ୍ଲେଖ ରହିଛି। ଏକାସାଙ୍ଗରେ କଳକାରଖାନାରେ ଅଧିକ କର୍ମଚାରୀଙ୍କୁ କାମରେ ନିୟୋଜିତ ନ କରିବାକୁ ପରାମର୍ଶ ଦିଆଯାଇଛି। ଏ ନେଇ ରାଜ୍ୟର ସମସ୍ତ କଳକାରଖାନା ନିର୍ଦ୍ଦେଶକଙ୍କୁ ଫ୍ୟାରି ଆଣ୍ଡ ବଏଲେର ନିର୍ଦ୍ଦେଶକ ଏନ୍‌. ତିରୁମାଲା ନାୟକ ଚିଠି କରିଛନ୍ତି।

Share