କରୋନା କଟକଣା: ଘରୁ ବାହାରିଲେ ୨୫୦୦୦ ଟଙ୍କା ଜରିମାନା

ରୋମ୍‌, ୧୪।୩: କରୋନା ମହାମାରୀ ଯୋଗୁ ଚାଇନା ପରେ ଏବେ ଇଟାଲୀରେ ସଙ୍କଟ ଦେଖାଦେଇଛି। ମୃତକ ଏବଂ ସଂକ୍ରମିତଙ୍କ ସଂଖ୍ୟା ଏଠାରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଲୋକଙ୍କ ଘରୁ ବାହାରିବା ଉପରେ କଟକଣା ଜାରି ହୋଇଛି। ବିନା କାରଣରେ ଘରୁ ବାହାରିଲେ ଲୋକଙ୍କୁ ୩୦୦ ୟୁରୋ ଅର୍ଥାତ୍‌ ୨୫୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଫଳରେ ଆବଶ୍ୟକତା ନ ଥିଲେ ଲୋକେ ଘରୁ ବାହାରକୁ ଯିବାକୁ ଅମଙ୍ଗ ହେଉଛନ୍ତି। ବାହାରକୁ ବାହାରିବାର ଉପଯୁକ୍ତ କାରଣର ପ୍ରମାଣ ମଧ୍ୟ ଦେବାକୁ ପଡୁଥିବା କୁହାଯାଉଛି।

Share