କରୋନା କଟକଣା: ନିରାଡମ୍ବର ଭାବେ ପାଳନ ହେବ ପାଣ୍ଡବଘାଟ ବାରୁଣୀ ଯାତ୍ରା

ବାହାନଗା,୧୮।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲାରେ କରୋନା ଭାଇରସ୍‌କୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଛି। ଫଳରେ ଚଳିତ ବର୍ଷ ହେବାକୁ ଥିବା ପାଣ୍ଡବ ଘାଟ ବାରୁଣୀ ଯାତ୍ରା ନିରାଡମ୍ବର ଭାବେ ପାଳନ ହେବ ବୋଲି ଜଣାପଡ଼ିଛି। ବାଲେଶ୍ୱର ଜିଲା ସୋର ଥାନା ପୋଲିସ ପକ୍ଷରୁ ଆଡମ୍ବର ସହକାରେ ବାରୁଣୀ ଯାତ୍ରା ନ କରିବାକୁ କମିଟିକୁ ବାରଣ କରାଯାଇଥିବା ବେଳେ ବାହାନଗା ତହସିଲଦାରଙ୍କ ପକ୍ଷରୁ ବାରୁଣୀ କମିଟିର କାର୍ଯ୍ୟକର୍ତ୍ତାଙ୍କୁ ଡାକି ଉପଦେଶ ଦିଆଯାଇଛି। ଦୋକାନ ବଜାର ନ ପଡ଼ିବା ସହ ଜନସମାଗମ ଯେପରି ନ ହେବ ସେଥିପ୍ରତି ଗୁରୁତ୍ୱ ଦେବାକୁ ପ୍ରଶାସନ ପକ୍ଷରୁ କମିଟିକୁ ପରାମର୍ଶ ଦିଆଯାଇଛି।